ETV Bharat / state

ଧାନମଣ୍ଡିରେ ଅବ୍ୟବସ୍ଥା, ପ୍ରଶାସନ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ - written promise by the administration

ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତି ଚାଷୀ ଚଳିତବର୍ଷ ଧାନମଣ୍ଡିର ଅବ୍ୟବସ୍ଥା ଓ ଧାନ କିଣାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ନେଇ ଛତିଶଗଡ଼ ସୀମାନ୍ତ କନକତୋରାରେ ଚାଷୀ ଆନ୍ଦୋଳନରେ ବସିଥିଲେ ।

ଝାରସୁଗୁଡା ଧାନମଣ୍ଡିର ଅବ୍ୟବସ୍ଥା
ଝାରସୁଗୁଡା ଧାନମଣ୍ଡିର ଅବ୍ୟବସ୍ଥା
author img

By

Published : Feb 28, 2021, 10:09 AM IST

ଝାରସୁଗୁଡା: ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ ଚାଷୀ ଆନ୍ଦୋଳନ । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ । ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତି ଚାଷୀ ଚଳିତବର୍ଷ ଧାନମଣ୍ଡିର ଅବ୍ୟବସ୍ଥା ଓ ଧାନ କିଣାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ନେଇ ଛତିଶଗଡ଼ ସୀମାନ୍ତ କନକତୋରାରେ ଚାଷୀ ଆନ୍ଦୋଳନରେ ବସିଥିଲେ ।

ଝାରସୁଗୁଡା ଧାନମଣ୍ଡିର ଅବ୍ୟବସ୍ଥା

ଶନିବାର ପଞ୍ଚମ ଦିନରେ ଚାଷୀ ଆନ୍ଦୋଳନ ପହଞ୍ଚିଥିବା ପରେ ଜିଲ୍ଲା ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ। ଚଳିତ ଖରିଫରେ ଧାନ ବିକ୍ରି କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଉପାନ୍ତ ଅଞ୍ଚଳର ରେମତା, ଚାରପାଲି ଓ କନକ ତୋରା ସମବାୟ ସମିତିର ଚାଷୀ ଗତ ୨୩ ତାରିଖଠାରୁ ରାଜପଥ ଅବରୋଧ କରିବା ସହ ହଜାର ହଜାର ଧାନ ବସ୍ତା ରାସ୍ତା ଉପରେ ରଖିଥିଲେ ।

ଲ୍ୟାପ୍‌ ହୋଇଥିବା ଟୋକକୁ ପୁନଃ କାର୍ଯ୍ୟକ୍ଷମ କରିବା, ପଞ୍ଜିକୃତ ଚାଷୀଙ୍କ ଧାନକ୍ରୟ ସହିତ ଅଯଥାରେ କଟନି ଛଟନି ବନ୍ଦ ଦାବି ନେଇ ଲିଖିତ ପ୍ରତିଶୃତି ଦେବାକୁ ଚାଷୀମାନେ ଦାବି କରିଥିଲେ । ଏ ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅବଗତ କରିବା ସତ୍ତ୍ବେ ଅଞ୍ଚଳର ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ପ୍ରଶାସନ ବିଫଳ ହେବାରୁ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଇଥିବା ଚାଷୀମାନେ କହିଛନ୍ତି ।

ସୂଚନାଯୋଗ୍ୟ ଓଡିଶା-ଛତିଶଗଡ଼ ସୀମାନ୍ତ ଚାରପାଲି ସମବାୟ ସମିତି , ରେମତା ସମବାୟ ସମିତି ଓ କନକତୋରା ସମବାୟ ସମିତି ଅଧିନସ୍ଥ ୬ଟି ପଞ୍ଚାୟତର ପ୍ରାୟ ଶତାଧିକ ଚାଷୀ ଧାନ କିଣାକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ଟୋକନ ମିଳି ନଥିବା ଓ ଜିଲ୍ଲାରେ ଟାର୍ଗେଟର ଅଭାବ କାରଣରୁ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ।

ତେବେ ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ଗତ ୨୫ ନଭେମ୍ବରରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ୟାକ୍ସରେ ସମସ୍ୟା ଲାଗି ରହୁଛି । ଚଳିତବର୍ଷ ଜିଲ୍ଲାରେ ୧୮ ହଜାର ୫୧୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ବେଳେ ଆଜିସୁଦ୍ଧା ମାତ୍ର ୧୪ ହଜାର ୬୧୧ ଜଣ ଚାଷୀ ୮ ଲକ୍ଷ ୫୪ ହଜାର କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ନାହୁ, ଇଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.