ETV Bharat / state

ସିଦ୍ଧାର୍ଥଙ୍କ ଅଭିନବ ପ୍ରୟାସ: ଅନଲାଇନ୍ କ୍ଲାସରେ ପ୍ରଭାବିତ ହେଲା ପୁଅର ଆଖି, ଜିଲ୍ଲାର ସମସ୍ତ ପିଲାଙ୍କ ପାଇଁ ଭିଡିଲେ ଅଣ୍ଟା

author img

By

Published : Dec 13, 2022, 10:58 PM IST

Updated : Dec 13, 2022, 11:03 PM IST

କୁନିଛାତ୍ରଙ୍କ ଆଖି ପ୍ରଭାବିତ ହେବାରୁ ପିତା ବେଶ ଚିନ୍ତିତ । ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସୁରକ୍ଷା କରିବା ପାଇଁ ଭିଡ଼ିଲେ ଅଣ୍ଟା ଏନେଇ କଲେ ମାଗଣା ଚକ୍ଷୁ ସେବା ଶିବିର ଆୟୋଜନ । ଅଧିକ ପଢନ୍ତୁ

ସିଦ୍ଧାର୍ଥଙ୍କ ଅଭିନବ ପ୍ରୟାସ, ଉପକୃତ ହେବେ ଜିଲ୍ଲାର କୁନି କୁନି ପିଲା

ଝାରସୁଗୁଡା: ବର୍ତ୍ତମାନ ଡିଜିଟାଲ ଯୁଗରେ ଆଖି ପ୍ରତି ବଢୁଛି ଅବହେଳା । ହେଲେ ଝାରସୁଗୁଡାର ସିଦ୍ଧାର୍ଥ କିନ୍ତୁ ଏହାର ବ୍ୟତିକ୍ରମ । ନିଜ କୁନି ପୁଅର ଅସୁବିଧାକୁ ବୁଝି ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସୁରକ୍ଷା ପାଇଁ ଭିଡିଛନ୍ତି ଅଣ୍ଟା । କୋଭିଡ-୧୯ ର ପ୍ରକୋପ ଯୋଗୁଁ ଦେଶରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ପ୍ରଭାବିତ ହୋଇଥିଲା । ଯାହା ଫଳରେ ସରକାର ନିଷ୍ପତ୍ତି ନେଇଥିଲେ ଅନଲାଇନ କ୍ଲାସ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ଯୋଡ଼ି ରଖିବେ । ହେଲେ ଏହା ଏକ ସ୍ବାସ୍ଥ୍ୟଗତ ସମସ୍ୟାରେ ପରିଣତ ହୋଇଥିବା ନଜର ଆସିଛି । ବର୍ତ୍ତମାନ ମୋବାଇଲ ଫୋନର ରେଡିଏସନ୍ ଯୋଗୁଁ ହେଉଛି ପିଲାଙ୍କ ଆଖି ପ୍ରଭାବିତ ।

ଝାରସୁଗୁଡ଼ା ସହର ସ୍ଥିତ ଡିପିଏସ୍ ସ୍କୁଲର ଜଣେ କୁନିଛାତ୍ରଙ୍କ ଆଖି ଏହି କାରଣରୁ ପ୍ରଭାବିତ ହେବାରୁ ତାଙ୍କ ପିତା ବେଶ ଚିନ୍ତିତ ରହୁଥିଲେ । ତେବେ ନିଷ୍ପତ୍ତି ନେଲେ ଏହି ସମସ୍ୟା କିଭଳି ଦୂର କରାଯିବ । ଏହି ସମସ୍ୟାକୁ ଦୁର କରିବା ପାଇଁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ରାକେଶ ଚନ୍ଦ୍ର ରାଉତଙ୍କ ସାହାଯ୍ୟ ନେଇଥିଲେ ଏନେଇ ଖୋଲିଥିଲେ ଏକ ଆଇ-କ୍ଲିନିକ ।

କେବଳ ସେତିକି ନୁହେଁ । ବର୍ତ୍ତମାନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ମାଗଣାରେ ଚିକିତ୍ସା କରିବା ପାଇଁ କ୍ୟାମ୍ପ ମାନ କରୁଥିବା ଦେଖିବାକୁ ମିଳିଛି । ତେବେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାକେଶ ଚନ୍ଦ୍ର ରାଉତ ଏହି ମାଗଣା ଚକ୍ଷୁ ସେବା ଶିବିର ରେ କୁନି ପିଲାଙ୍କ ଚିକିତ୍ସା କରିବା ଏକ ମହତ କାର୍ଯ୍ୟ ବୋଲି କହିଛନ୍ତି । ସେହିପରି ସିଦ୍ଧାର୍ଥ ସହରର ସମସ୍ତ ବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ପାଇଁ ପ୍ରୟାସ କରୁଥିବା ବେଳେ ତାଙ୍କର ଏଭଳି ପଦକ୍ଷେପ ଯୋଗୁଁ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Dec 13, 2022, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.