ETV Bharat / state

ସଙ୍କୀର୍ତ୍ତନ ଦେଖିବାକୁ ଯାଇଥିବା ନାବାଳକକୁ ପୋଡିଦେଲେ ଦୂର୍ବୁତ୍ତ - Jharsuguda

ସ୍ଥାନୀୟ ଚିଠୁଆପଡ଼ାରେ ଜଣେ ନାବାଳକକୁ କେହି ଦୁର୍ବୃତ୍ତ ପୋଡି ଦେଇଥିବାର ଅଭିଯୋଗ ହୋଇଛି । ଶରୀରର 90 ପ୍ରତିଶତ ପୋଡି ଯାଇଥିବାରୁ ଡାକ୍ତର ତାକୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Feb 11, 2019, 6:23 PM IST

ଝାରସୁଗୁଡା: ସ୍ଥାନୀୟ ଚିଠୁଆପଡ଼ାରେ ଜଣେ ନାବାଳକକୁ କେହି ଦୁର୍ବୃତ୍ତ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପିଲାଟିକୁ ଉଦ୍ଧାର କରି ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେପଟେ ଶରୀରର 90 ପ୍ରତିଶତ ପୋଡି ଯାଇଥିବାରୁ ଡାକ୍ତର ତାକୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ଅର୍ଦ୍ଧଦଗ୍ଧ ଅବସ୍ଥାରେ ଘରକୁ ଫେରିଥିବା ସତ୍ତ୍ବେ ବାଳକଟି ଘଟଣା ବିଷୟରେ କିଛି ଜାଣିନାହିଁ ।

ସୂଚନାଯୋଗ୍ୟ, ଗତ ରବିବାର ରାତିରେ ସଂକୀର୍ତ୍ତନ ଦେଖିବାକୁ ଯାଇଥିଲା 12 ବର୍ଷର ବାଳକ ଅକ୍ଷୟ ଓରାମ । ଗତକାଲି ଠାରୁ ଘରକୁ ଆସିନଥିବା ବେଳେ ଆଜି ସକାଳ 4.30ରେ ପୋଡିଯାଇଥିବା ଅବସ୍ଥାରେ ଘରକୁ ଫେରିଥିଲା । ତେବେ ପୁଅର ଏ ଅବସ୍ଥା ଦେଖି ହତବାକ ହୋଇଯାଇଥିବା ପରିବାର ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଡାକ୍ତରଖାନା ସୂତ୍ରରୁ ଖବରପାଇ ଝାରସୁଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଥାନା ଅଧିକାରୀ ସାବିତ୍ରୀ ବଳ ଘଟଣାସ୍ଥଳରେ ପହଞ୍ଚି ଅକ୍ଷୟର ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣ କରିବା ସହିତ ଅଧିକ ତଦନ୍ତ ଚଳାଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ରାଉରକେଲା ପୋଲିସ ତଥା  ଡିସିପିୟୁ  ଦିଲ୍ଲୀ ରେ,ଭେଟି ପାରିନାହାନ୍ତି ଗର୍ଭବତୀ ନାବାଳିକା କୁ
ରାଉରକେଲା:ରାଉରକେଲା ପୋଲିସ ପାଇଁ ଲଜ୍ଜା ବୋଲି ଦିଲ୍ଲୀ ମହିଳା ଆୟୋଗ ଲେଖିବା ପରେ ରାଉରକେଲା ଏସପି ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି କି 7.12.2017  ରେ କେସ ନମ୍ବର 47 ରେ IPC ର ଧାରା 363 ରେ ଏକ ମାମଲା ରୁଜୁ ହୋଇଥିଲା। 23-12-2017 ରେ ଝିଅକୁ ଉଦ୍ଧର କରି 164 ରେ ବୟାନ ଦରଜ ହେବା ପରେ ଝିଅ କୁ CWC ତାଙ୍କ ବାପା କୁ ଦେଇ ଥିଲେ। 26.2.2018 ରେ କେସ mistake of fact କରି କେସ ବନ୍ଦ କରି ଦିଅ ଯାଇଥିଲା। କିନ୍ତୁ ମିଡିଆ ରିପୋର୍ଟ ପରେ ରାଉରକେଲା ପୋଲିସ ତଥା  ଡିସିପିୟୁ ଟିମ କୁ ଦିଲ୍ଲୀ ପଠାଇ ଦେଇଛି। କଲି ନାବାଳିକା କୁ ଭେଟି ପରିଲେ ନାହିଁ। ପୋଲିସର ଟିମ କୁ ଆୟୋଗ ତରଫ ରୁ କୌଣସି ସୂଚନା ପେଆଦନ କର ଯାଇ ନାହିଁ। ଆଜି ଦିନ 12 ଟାରେ ଆୟୋଗ କୁ ଯିବ ପୋଲିସ ଟିମ।  ରାଉରକେଲା ଏସପି ଆୟୋଗ କୁ ଏକ ଚିଠି ମଧ ଲେଖିଛନ୍ତି।
ଝିଅ ର ବାପା ର ଅଭିଯୋଗ ଥିଲା କି ଥାନା ରେ, ଏସପି ତଥା ଡିଆଇଜି ପାଖରେ ବିନତି କରି ଥକି ଗଲେ। ମହିଳା ସୁରକ୍ଷା ଉପରେ କଥା କହି ରାଜ୍ୟ ସରକାର ର ଅଧିକାରୀ ମାନେ ନିଜ ଝିଅ କୁ ସୁରକ୍ଷିତ ପାଇବା ପାଇଁ  ପୋଲିସ ପାଖରେ  ଦୌଡି ଦୌଡି ଥକି ଗଲେ।ଅନ୍ୟ ସଂସ୍ଥା ମଧ୍ୟ ହାତ ଟେକି ଦେଇ ଥିଲେ। ଅସହାୟ ନାବାଳିକା ଝିଅ ର ବାପା ଦିଲ୍ଲୀ ମହିଳା ଆୟୋଗ ରେ ଶରଣ ନେଲେ। ତାଙ୍କ କାର୍ଯ୍ୟ କ୍ଷେତ୍ର ନ ଥିବା ସତ୍ୱେ ସେମାନେ ରାଜସ୍ଥାନ ର  ଝୁନ୍ଝୁଣୁ ରୁ ନାବାଳିକା କୁ ଉଦ୍ଧାର କରିଛନ୍ତି ତଥା ସେ 9 ମାସ ର ଗର୍ଭବତୀ। ଓଡିଶା ପୋଲିସ ର ଚୁପ ରହିବ ଘଟଣା ଉପରେ ଦୋଷୀ ପୋଲିସ କର୍ମୀ ମାନଙ୍କ ବିରୋଧରେ  କାର୍ଯନୁଷ୍ଠାନ ପାଇଁ କହିଛନ୍ତି।
ନାବାଳିକା ରେ ବାପା ରେଳ ବିଭାଗ ରୁ ସେବାନିବୃତ ହେବା ପରେ ଲାଠିକଟା ଥାନା ଅଂଚଳ ରେ ରହୁଥିଲେ। ତାଙ୍କ ଅନୁପସ୍ଥିତି ରେ ପଡୋଶୀ  ଚାନ୍ଦୋ ଓରାମ ନାବାଳିକା କୁ ନେଇ ତାଙ୍କ ବଡ଼ ଭଉଣୀ ତଥା ଭିଣୋଇ କୁ ଦେଇ ଥିଲା। ସେମାନେ  ନାବାଳିକା କୁ ଲକ୍ଷାଧିକ ଟଙ୍କା ରେ ଝୁନ୍ଝୁଣୁ ର କିତ୍ସାନ ତଥା ମୁକେଶ ଅଗ୍ରୱାଲ କୁ ବିକି ଦେଇ ଥିଲେ। ନାବାଳିକା ର ବାପା ର FIR ପରେ ନାବାଳିକା ତଥା ତାକୁ କିଣିଥିବା ଲୋକଙ୍କୁ ଧରି ପୋଲିସ ଲାଠିକଟା ଥାନା ଆଣି ଥିଲେ। ଥାନା ରେ ଝିଅ ତାର କିଣା ବିକ୍ରି ର ସବୁ କଥା କହିଥିଲେ। ଏଠାରେ ପୋଲିସ ର ନକରାତ୍ମକ ଭୁମିକା ଆରମ୍ଭ ହୋଇ ଥିଲା। ପୋଲିସ କାଗଜପତ୍ର ରେ ନାବାଳିକା କୁ ତା ବାପା ପାଇଲେ ବୋଲି ଲିଖିତ ରେ ନେବା ପରେ ପୁଣି ନାବାଳିକା କୁ ଝୁଝୁଣୁ ର ବ୍ୟବସାୟୀ ମାନଙ୍କ ଦେଇ ଥିଲା। ଅପରାଧରେ ପୋଲିସ ଏଠାରୁ ପଶିଲା । ଏସପି ତଥା ଡ଼ିଆଇଜି ଉପରେ ଭରସା କରି ବାରମ୍ବାର ଗୁହାରି କରି ଥିଲେ କିନ୍ତୁ ପୋଲିସ ତାଙ୍କ ନାବାଳିକା ଝିଅ କୁ ଫେରାଇ ଆଣିବାରେ ସଫଳ ହୋଇ ନ ଥିଲା। ଏହି ଭଳି ପୋଲିସ ର ଭୂମିକା ହି ସନ୍ଦେହ ରେ ରହିଲା ତଥା 9 ମାସ ର ଗର୍ଭବତୀ ହେବ ପରେ ଏବେ ଝିଅ କୁ ସେମାନେ ଫେରାଇ ପାଇଛନ୍ତି। ଏଣିକି ପୋଲିସ ଆଗକୁ କଣ କରୁଛି ତା ଉପରେ ସମସ୍ତଙ୍କ ନଜର।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.