ETV Bharat / state

ହେମାନନ୍ଦଙ୍କ ଶେଷଦର୍ଶନ ପାଇଁ ଝାରସୁଗୁଡାରେ ପହଞ୍ଚିଲେ ଚେଲ୍ଲାକୁମାର - ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ । ଶେଷ ଦର୍ଶନ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି କଂଗ୍ରେସର ଓଡିଶା ପ୍ରଭାରୀ ଏ. ଚେଲ୍ଲାକୁମାର । ଅଧିକ ପଢନ୍ତୁ

ହେମାନନ୍ଦଙ୍କ ଶେଷ ଦର୍ଶନ ପାଇଁ ଝାରସୁଗୁଡ଼ା ପହଞ୍ଚିଲେ ଡ଼ା ଏ. ଚେଲାକୁମାର

author img

By

Published : Feb 26, 2022, 4:54 PM IST

ଝାରସୁଗୁଡା: ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ । 84 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ପରେ ପ୍ରଥମେ ଭୁବନେଶ୍ବର ସ୍ଥିତ ବାସଭବନକୁ ତାଙ୍କର ପାର୍ଥିବ ଶରୀର ଅଣାଯାଇଥିଲା ।

ହେମାନନ୍ଦଙ୍କ ଶେଷ ଦର୍ଶନ ପାଇଁ ଝାରସୁଗୁଡ଼ା ପହଞ୍ଚିଲେ ଡ଼ା ଏ. ଚେଲାକୁମାର

ସେପଟେ ଆଜି (ଶନିବାର) ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଶେଷ ଦର୍ଶନ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି କଂଗ୍ରେସର ଓଡିଶା ପ୍ରଭାରୀ ଡ଼ା ଏ. ଚେଲ୍ଲାକୁମାର। କୋଲକାତାରୁ ବିମାନ ଯୋଗେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସେ ପହଞ୍ଚିଥିଲେ। ପରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ଏହାବି ପଢନ୍ତୁ : Hemananda Biswal Demise: ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ ଅନର

ସେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟକୁ ଯାଇ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ପୈତୃକ ବାସ ଭବନକୁ ଯାଇ ତାଙ୍କ ଶେଷକୃତ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ହେମାନନ୍ଦ ବିଶ୍ବାଳ ଏକ ଆଦିବାସୀ ନେତା ଭାବେ ବେଶ ଜଣାଶୁଣା ଥିଲେ । ବହୁ ଦିନଧରି ସେ ଅସୁସ୍ଥ ଥିଲେ । ଯଦି ରାଜ୍ୟ ସରକାର ତାଙ୍କୁ ଆଣଦେଖା ନ କରିଥାନ୍ତେ ତେବେ ଆଜି ସେ ଆମ ସହିତ ରହିଥାନ୍ତି ବୋଲି ଚେଲାକୁମାର ପ୍ରତିକ୍ରିୟା ଦେଇଛନ୍ତି।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.