ETV Bharat / state

ପୁଣି ଅବହେଳା, କୋଭିଡ଼ ଯୋଦ୍ଧାଙ୍କୁ ମିଳୁନି ସମ୍ମାନ - covid warrior death

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଯୋଦ୍ଧାଙ୍କୁ ମିଳୁନି ଉଚିତ ସମ୍ମାନ । ମୃତ୍ୟୁର 15 ଘଣ୍ଟା ବିତିଯାଇଥିଲେ ମଧ୍ୟ ପଡି ରହିଛି ଡାକ୍ତରଖାନା କର୍ମଚାରୀଙ୍କ ମୃତଦେହ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁଣି ଅବହେଳା, କୋଭିଡ଼ ଯୋଦ୍ଧାଙ୍କୁ ମିଳୁନି ସମ୍ମାନ

author img

By

Published : Sep 27, 2020, 11:00 PM IST

Updated : Sep 28, 2020, 9:15 AM IST

ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଯୋଦ୍ଧାଙ୍କୁ ମିଳୁନି ଉଚିତ ସମ୍ମାନ । ମୃତ୍ୟୁର 15 ଘଣ୍ଟା ବିତିଯାଇଥିଲେ ମଧ୍ୟ ପଡି ରହିଛି ଡାକ୍ତରଖାନା କର୍ମଚାରୀଙ୍କ ମୃତଦେହ। ମୁଖ୍ୟ ଚିକିତ୍ସାଳୟରେ 30 ବର୍ଷ ଧରି ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଶରତ ଚନ୍ଦ୍ର ପୋଢ଼ ଜ୍ବରରେ ପୀଡିତ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା ।

ପୁଣି ଅବହେଳା, କୋଭିଡ଼ ଯୋଦ୍ଧାଙ୍କୁ ମିଳୁନି ସମ୍ମାନ

ମୃତ୍ୟୁ ପରେ ଆଜି ରାତି 9ଟା ସୁଦ୍ଧା ଶରତଙ୍କ ମରଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ନାହିଁ । ଯାହାଫଳରେ ମୃତକଙ୍କ ସମ୍ପର୍କୀୟ ଓ ପରିବାର ସଦସ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସକାଳୁ ନଖାଇ ନପିଇ ବସି ରହିଛନ୍ତି । ବର୍ତ୍ତମାନ ଧୀରେ ଧୀରେ ଉତ୍ତେଜନା ବଢ଼ୁଥିବାରୁ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଓ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି । ମୃତଦେହ ସତ୍କାର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଡାକ୍ତରଖାନାରେ କର୍ତ୍ତବ୍ୟ କରି ଗତ 14 ତାରିଖରେ ଶରତ କୋରୋନା ପଜିଟିଭ ହୋଇଥିଲେ । 24 ତାରିଖରେ ସେ ସୁସ୍ଥ ମଧ୍ୟ ହୋଇଥିଲେ । କିନ୍ତୁ ଶନିବାର ପୁନର୍ବାର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଅବହେଳା ଯୋଗୁଁ ଶରତଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 28, 2020, 9:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.