ETV Bharat / state

ଛତିଶଗଡ଼ ସରକାରଙ୍କ ଦାଦାଗିରି ! ମହାନଦୀ ପରେ କେଲୋ ନଦୀରେ ଆନିକଟ ନିର୍ମାଣ

author img

By

Published : Jul 13, 2022, 3:58 PM IST

ପୁଣି ଥରେ ଓଡ଼ିଶା ଉପରେ ଛତିଶଗଡ଼ ସରକାରଙ୍କ ଦାଦାଗିରି । ମହାନଦୀ ପରେ ଏବେ କେଲୋ ନଦୀ ଉପରେ ପଡିଛି ଛତିଶଗଡ଼ର ଲୋଲୁପ ଦୃଷ୍ଟି । ପୂର୍ବରୁ ମହାନଦୀ ଉପରେ କଲମା ବ୍ୟାରେଜ ନିର୍ମାଣ କରିବା ପରେ ଏବେ କେଲୋନଦୀ ଉପରେ ନିର୍ମାଣ କରିଛି ଆନିକଟ । ଦେଖନ୍ତୁ ଏହି ରିପୋର୍ଟ ।

ଛତିଶଗଡ଼ର ଆଉ ଏକ ଚାଲ୍‌, ମହାନଦୀ ପରେ ଏବେ କେଲୋ ନଦୀର ଆନିକଟ ନିର୍ମାଣ

ଝାରସୁଗୁଡ଼ା: ପୁଣିଥରେ ଛତିଶଗଡ଼ ସରକାରଙ୍କ ଦାଦାଗିରି । ଛତିଶଗଡ଼ର ନେତନାଗର ଗାଁ ନିକଟରେ କେଲୋ ନଦୀ ଉପରେ ଚାଲିଛି ଆନିକଟ ନିର୍ମାଣ । ପୂର୍ବରୁ କଲମା ବ୍ୟାରେଜ ନିର୍ମାଣ କରି ମହାନଦୀ ପାଣି ରୋକି ଓଡ଼ିଶା ଉପରେ ଅନ୍ୟାୟ କରିଥିବା ବେଳେ ବର୍ତ୍ତମାନ ସିଧାସଳଖ ଭାବେ କେଲୋ ନଦୀ ଉପରେ ଆନିକଟ ନିର୍ମାଣ କରୁଛି ଏହି ପଡ଼ୋଶୀ ରାଜ୍ୟ । ଫଳରେ ପଦାରେ ପଡ଼ିଛି ଛତିଶଗଡ଼ ସରକାରଙ୍କ ଓଡିଶା ବିରୋଧୀ କାର୍ଯ୍ୟପନ୍ଥା । ଯାହାକୁ ନେଇ ଉପକୂଳର୍ବୀ ଅଞ୍ଚଳର ଜନସାଧାରଣ ଉତକ୍ଷିପ୍ତ ହୋଇଉଠିଛନ୍ତି । ଉଭୟ କେନ୍ଦ୍ର ଏବଂ ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କର ଏଭଳି ମନମାନି ପଦକ୍ଷେପ ଉପରେ ହସ୍ତକ୍ଷେପ କରି ରୋକ ଲଗାଇବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ଛତିଶଗଡ଼ର ଆଉ ଏକ ଚାଲ୍‌, ମହାନଦୀ ପରେ ଏବେ କେଲୋ ନଦୀରେ ଆନିକଟ ନିର୍ମାଣ

ରାଜନୀତି ଏବଂ ଟ୍ରିବ୍ୟୁନାଲ୍‌ର ଭିତରେ ଫସି ଯାଇଛନ୍ତି ଓଡିଶାର ଜନ ସାଧାରଣ । ଛତିଶଗଡ଼ ସରକାର ପକ୍ଷରୁ ମହାନଦୀରେ ନିର୍ମାଣାଧୀନ ସମସ୍ତ ବନ୍ଧ ଓ ବ୍ୟାରେଜ୍‌ ପ୍ରକଳ୍ପ କାମକୁ ବନ୍ଦ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଟ୍ରିବ୍ୟୁନାଲ୍‌ରୁ ଅନ୍ତରୀଣ ରହିତାଦେଶ ଆଣିବାରେ ବି ଓଡ଼ିଶା ସଫଳ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ମହାନଦୀ ଭଳି ଦଶା ଭୋଗୁଛି ଏହାର ଶାଖା ନଦୀ ବଡ଼ କେଲୋ । ଅନ୍ୟପଟେ ଛତିଶଗଡ଼ ସରକାର ନେତନାଗର ଗାଁ ନିକଟରେ କେଲୋ ନଦୀ ଉପରେ ଆନିକଟ ନିର୍ମାଣକୁ ସୀମାନ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ୬.୮୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି ଆନିକଟ ୨୬୦ ହେକ୍ଟର ଜମିରେ ହେବ ଜଳସେଚିତ ।

ଓଡିଶା-ଛତିଶଗଡ଼ ସୀମାନ୍ତବାସୀଙ୍କୁ ଲଲିପପ୍ ଦେଖାଇଛନ୍ତି ରାଜ୍ୟ ସରକାର । ଗୋଟିଏ ପଟେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବାବେଳେ କେବଳ ଏହା ନିର୍ବାଚନ ପ୍ରସଙ୍ଗ ପାଲଟିଛି । ହେଲେ ଉପରମୁଣ୍ଡରେ ଛତିଶଗଡ଼ ପଥ ଅବରୋଧ କରି ଚାଲିଥିବାରୁ ଆଗାମୀ ଦିନରେ ସ୍ଥିତି ଅଧିକ ସଂଗୀନ ହେବା ଆଶଙ୍କା କରାଯାଉଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବର୍ଷିଲେ ନଦୀ କୂଳିଆ ଲୋକ ।

ଓଡିଶା-ଛତିଶଗଡ଼ ସୀମାନ୍ତ ରାୟଗଡ ଜିଲ୍ଲା ପୁସୌର ବ୍ଲକ ଅନ୍ତର୍ଗତ ନେତନଗର ଗାଁ । ଛତିଶଗଡ ସରକାର ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ନିୟମିତ ଉଠା ଜଳସେଚନ ଏବଂ ଜଳ ଯୋଗାଣ ପାଇଁ ନେତନଗର ଏବଂ ଏକତାଲ ମଧ୍ୟରେ କେଲୋ ନଦୀ ଉପରେ ଅନିକଟ ନିର୍ମାଣ ହେଉଛି । ଯାହାର ମୂଳଦୁଆ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଦ୍ୱାରା ଗତ ୧୪ ଜୁନ୍ ୨୦୨୧ରେ ଭର୍ଚ୍ଚୁଆଲ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିଳାନ୍ୟାସ କରିଥିଲେ । ଆନିକଟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରିବା ପରେ ଗତ ୨୯ ଡିସେମ୍ବରରେ ନିର୍ମାଣ କାର୍ଯ୍ୟ ପାଇଁ କଣ୍ଟ୍ରାକ୍ଟରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଏହି ଆନିକଟ ୬ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟ ହେବ ଏବଂ ଏହି ଆନିକଟ ନିର୍ମାଣ ସହିତ ପ୍ରାୟ ୨୬୦ ହେକ୍ଟର ଅଞ୍ଚଳରେ ଜଳସେଚନ ସୁବିଧା ଉପଲବ୍ଧ ହେବ । ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ନେତନଗର ସମେତ ନାଭାପାଲି, ବିଞ୍ଜକୋଟ, ଏକଟାଲ, ରେଙ୍ଗାଲପାଲି ଚାଷୀଙ୍କ ସୁବିଧା ହେଉଥିବାରୁ ସ୍ଥାନୀୟ ଖୁସି ପ୍ରକଟ କରିଛନ୍ତି । ନେତନଗର ଆନିକଟ ଯୋଜନା ସମାପ୍ତ ହେବା ପରେ ରାୟଗଡ ଜିଲ୍ଲାର ପୂର୍ବ ଅଞ୍ଚଳର ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ କୃଷି କ୍ଷେତ୍ରରେ ଅତିରିକ୍ତ ଜଳସେଚନ ସମ୍ଭବ ହୋଇପାରିବ । ଆନିକଟ ନିର୍ମାଣ ପରେ ଏହା ଜଳଭଣ୍ଡାର ପରି ହ୍ରଦର ଏକ ସୁନ୍ଦର ଦୃଶ୍ୟ ଉପସ୍ଥାପନ କରିବ । ଏହି ଯୋଜନା ଡଙ୍ଗା, ପହଁରିବା ଭଳି ଲୋକଙ୍କୁ ମନୋରଞ୍ଜନ ମଧ୍ୟ ଯୋଗାଇବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଅନ୍ୟପଟେ ଓଡିଶା ପଟେ ଥିବା ଲଖନପୁର ବ୍ଲକ ଅନ୍ତର୍ଗତ ଲୁହାବଗାର ଦୃଶ୍ୟ ଶୋଚନୀୟ । ଉଠା ଜଳସେଚନ ପ୍ରକଳ୍ପ ଅଛି କିନ୍ତୁ ଚାଷୀଙ୍କ କାମରେ ଆସୁନାହିଁ । ନଦୀକୂଳିଆ ଗାଁରେ ଥିବା ଚାଷ ଜମି ଶହ ଶହ ଏକର ଜମି ପଡ଼ିଆ ପଡିଛି । ମହାନଦୀରେ ଓଡ଼ିଶାର ଯେତେ ଭାଗ ଛତିଶଗଡ଼ର ମଧ୍ୟ ସେତେ ଭାଗ ରହିଛି । କିନ୍ତୁ ଛତିଶଗଡ଼ର ମନମାନି ଓ ମହାନଦୀ ଉପରେ ଏକଚାଟିଆ ଭାବେ ଏକାଧିକ ବ୍ୟାରେଜ ନିର୍ମାଣ କରି ଅଣ-ମୌସୁମୀ ସମୟରେ ଜଳ ପ୍ରବାହକୁ ରୋକିବା ଦ୍ୱାରା ତଳମୁଣ୍ଡରେ ରହୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି । କେବଳ ମହାନଦୀ ନୁହେଁ କେଲୋ ନଦୀ ଉପରେ ମଧ୍ୟ ଏକ ଡ୍ୟାମ ରାୟଗଡ ନିକଟରେ ୨୦୧୪ -୧୫ ମସିହାରେ ନିର୍ମାଣ କରି ପାଣି ଅଟକାଇବା ପ୍ରୟାସ କରିଛି ଛତିଶଗଡ଼ ସରକାର ।

ବିଶେଷକରି ଅଣ-ମୌସୁମୀ ସମୟରେ ପାଣିକୁ ରୋକି ଦିଆଯିବା ଯୋଗୁଁ ଓଡ଼ିଶାର ସୀମାନ୍ତବର୍ତ୍ତୀ ଝାରସୁଗୁଡା ଜିଲ୍ଲାର କନକତୋରା, ଲୁହାବଗା, ଅମାପାଲି, ବଡ଼ଧରା, କୁଶମେଲ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ ଲଗାଯାଇ ଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଅକାମୀ ହୋଇଛି । ପରିସ୍ଥିତି ଏପରି ହେଲାଣି ଲୋକେ ଚାଷ ଛାଡି ସାରିଲେଣି । ଏ ଅଞ୍ଚଳର ଚାଷୀ ଧାନ ବ୍ୟତୀତ ସୂର୍ଯ୍ୟମୁଖୀ, ଅଦା ଓ ଅନ୍ୟାନ୍ୟ ପନିପରିବା ଚାଷ କରି ରେକର୍ଡ ଉତ୍ପାଦନ କରି ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ଛତିଶଗଡ଼ରୁ ବାହାରିଥିବା କେଲୋ ନଦୀ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ଅଞ୍ଚଳର କନକତୋରା, ବାଦିମାଲ, ପିଥିଣ୍ଡା, ପଞ୍ଚାୟତର ଜୀବନରେଖା ରୂପେ ପରିଚିତ । ପଡୋଶୀ ରାଜ୍ୟ ଛତିଶଗଡ଼ ସୀମାରୁ ବହିଆସି ଏହି ନଦୀଟି ମହାନଦୀରେ ମିଶିଛି । ଏହି ନଦୀ ଜଳ ରାଶି ଉପରେ ସୀମାନ୍ତ ଅଞ୍ଚଳର ୩ଟି ପଞ୍ଚାୟତର ଚାଷ ଜମିରେ ଜଳସେଚନ, ମତ୍ସ୍ୟଜୀବୀଙ୍କ ଜୀବିକା ସହିତ ନିତ୍ୟ ବ୍ୟବହାର୍ଯ୍ୟ କର୍ମ ପାଇଁ ନିର୍ଭରଶୀଳ ।

ବର୍ତ୍ତମାନ କେଲୋ ନଦୀ ଉପରେ ଛତିଶଗଡ଼ ସରକାର ପକ୍ଷରୁ ପୁଣି ଏକ ଆନିକଟ ନିର୍ମାଣ ଦ୍ୱାରା ସେମାନଙ୍କ ପାଇଁ ଦୁଃଖର କାରଣ ହେଲାଣି ବୋଲି ଓଡ଼ିଶାର ପ୍ରଭାବିତ ଚାଷୀ କହିଛନ୍ତି । ଉପରମୁଣ୍ଡରେ ଛତିଶଗଡ ପାଣି ରୋକିବାରୁ ଅଣ ମୌସୁମୀ ସମୟରେ ଏହାର ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାର ଚାଷୀ ପ୍ରଭାବିତ ହେବା ସହିତ ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ହରାଉଥିବା ବେଳେ ପାନୀୟଜଳ ସଙ୍କଟ ମଧ୍ୟ ଦେଖାଦେଲାଣି । ଆଉ ରାଜନିତୀ ନୁହେଁ, ଦଳମତ ନିର୍ବିଶେଷରେ ସମସ୍ତେ ମିଶି ସମାଧାନର ବାଟ ବାହର କରନ୍ତୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି l

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.