ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ, ପୁଅ ପଛେ ପଛେ ଆରପାରିକୁ ଚାଲିଗଲା ବାପା - ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ

ଝାରସୁଗୁଡ଼ା ଦେବାଡ଼ିହି ଠାରେ କିଛି କିଛି ଦିନ ହେଲା ବଢିବାରେ ଲାଗିଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ୧୩ ନମ୍ବର ୱାର୍ଡ ଦେବାଡ଼ିହି ଠାରେ ଝାଡ଼ାବାନ୍ତି ରୋଗରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ

author img

By

Published : Jul 30, 2022, 11:56 AM IST

Updated : Jul 30, 2022, 12:11 PM IST

ଝାରସୁଗୁଡ଼ା: ରାଜ୍ୟରେ ଏବେ ମାଡୁଛି ହଇଜା । ଗୋଟିଏ ପରେ ଗୋଟିଏ ଜିଲ୍ଲାର ଲୋକେ ଏବେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ରାୟଗଡାରେ ମୃତ୍ୟୁର ବିଭୀଷିକା ଖେଳାଇଥିବା ଝାଡାବାନ୍ତି ଏବେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାକୁ ଡିଆଁ ମାରିଛି । ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ବାପା ପୁଅ । ରାୟଗଡା, ନୟାଗଡ, କୋରାପୁଟ ପରେ ଏବେ ଝାରସୁଗୁଡ଼ା ଦେବାଡ଼ିହି ଠାରେ ଝାଡାବାନ୍ତି ବ୍ୟାପିିଛି । ମୃତକ ମାନେ ହେଲେ ଆକୁର ପ୍ରଧାନ (୪୦) ଓ ତାଙ୍କ ପିତା ଶ୍ରୀପ୍ରସାଦ ପ୍ରଧାନ(୬୫)।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ

ସୂଚନାଅନୁସାରେ, ଆକୁର ପ୍ରଧାନଙ୍କ ଗତ ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପୁଅର ଦାହ ସଂସ୍କାର ପରେ ପିତା ଶ୍ରୀପ୍ରସାଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତେବେ ଗତକାଲି(ଶୁକ୍ରବାର) ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ:କାଶୀପୁରରେ ହଇଜା ଆତଙ୍କ, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଏହି ଅଞ୍ଚଳର ଲିଟିପଡା, ପାନ୍ନପଡା ଓ ବଇଦପଡ଼ାର ପ୍ରାୟ ୧୦ ରୁ ୧୫ ଜଣ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୫ରୁ ୭ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଏନେଇ ସ୍ଥାନୀୟଲୋକେ ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା କହିଛନ୍ତି । ଠିକ ସମୟରେ ଡାକ୍ତର ନଆସିବା ଏବଂ ଉପଯୁକ୍ତ ମେଡିସିନ ନପହଞ୍ଚିବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ଝାରସୁଗୁଡା

Last Updated : Jul 30, 2022, 12:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.