ETV Bharat / state

CDMO ଅଫିସ ସାମ୍ନାରେ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡାରେ ବିଭିନ୍ନ ଦଫା ଦାବି ନେଇ ଆଜି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ପଢନ୍ତୁ ଅଧିକ.....

CDMO  ଅଫିସ ସାମ୍ନାରେ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
CDMO ଅଫିସ ସାମ୍ନାରେ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
author img

By

Published : Dec 7, 2020, 8:55 PM IST

ଝାରସୁଗୁଡା : ବିଭିନ୍ନ ଦଫା ଦାବି ନେଇ ଆଜି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ବଳ୍ପ ପାରିଶ୍ରମିକରେ ଆଶାକର୍ମୀ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିବା ବେଳେ ସରକାର ସେମାନଙ୍କ ସୁବିଧା ଓ ଅସୁବିଧା କଥା ବୁଝୁ ନଥିବା କଥା ଅଭିଯୋଗ କରିଛନ୍ତି ଆଶାକର୍ମୀ ।

CDMO ଅଫିସ ସାମ୍ନାରେ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅଭିଯୋଗ ଅନୁସାରେ ଗତମାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ପତ୍ର ସଂଖ୍ୟା ୧୦୪୫୦/୧୯.୧୧.୨୦ ରେ ଉଲ୍ଲେଖ ରହିଛି ଯେ ଅଶାକର୍ମୀ ମୁଖ୍ୟ ଚିକିତ୍ସାଳୟରେ ଥିବା ପ୍ରସ୍ତୁତି ଗୃହକୁ ପ୍ରବେଶ ବାରଣ କରାଯାଇଛି । ଏହା ସହିତ ପତ୍ର ପ୍ରକାଶ ହେବାପରେ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଅନ୍ୟ କର୍ମଚାରୀ ପ୍ରସ୍ତୁତି ମହିଳାଙ୍କୁ ନେଇ ଆସୁଥିବା ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅଭିଯୋଗ ଓ ପ୍ରସ୍ତୁତି ଗୃହକୁ ପ୍ରବେଶ ବାରଣ ପାଇଁ ଯେଉଁ ପତ୍ର ଜାରି କରାଯାଇଛି ତାକୁ ପୁଣି ବିଚାର କରିବାକୁ ଦାବି କରିଛନ୍ତି ଆଶାକର୍ମୀ ।

ଆଜି ଝାରସୁଗୁଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଆଶାକର୍ମୀ ସିଡ଼ିଏମଓ ଅଫିସରେ ଦାବିପତ୍ର ଦେବାପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.