ETV Bharat / state

ବିଦ୍ୟୁତ୍‌ ଘରୋଇକରଣର ପ୍ରତିବାଦ, TPWODL କାର୍ଯ୍ୟାଳୟ ଘେରିଲା ସିପିଆଇ - ଝାରସୁଗୁଡ଼ା TPWODL କାର୍ଯ୍ୟାଳୟ ଘେରାଉ ଖବର

ଝାରସୁଗୁଡ଼ାରେ ୭ ଦଫା ଦାବି ନେଇ TPWODL କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ବିଦ୍ୟୁତ ଘରୋଇକରଣର ପ୍ରତିବାଦ, ୭ ଦଫା ଦାବି ନେଇ TPWODL କାର୍ଯ୍ୟାଳୟ ଘେରିଲା ସିପିଆଇ

author img

By

Published : Apr 23, 2022, 7:38 AM IST

ଝାରସୁଗୁଡ଼ା: ଶୁକ୍ରବାର ରାଜ୍ୟ ବ୍ୟାପି ୭ ଦଫା ଦାବି ନେଇ TPWODL କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ଘରୋଇକରଣ ନକରି ପୁନଃ ତାଙ୍କ ଅଧିନରେ ନିଅନ୍ତୁ, ଓଡ଼ିଶାର ଜନତାଙ୍କୁ ମାଗଣା ବିଦ୍ୟୁତ ସେବା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

ବିଦ୍ୟୁତ ଘରୋଇକରଣର ପ୍ରତିବାଦ, ୭ ଦଫା ଦାବି ନେଇ TPWODL କାର୍ଯ୍ୟାଳୟ ଘେରିଲା ସିପିଆଇ

ଏଥିସହିତ ଅହେତୁକ ବିଦ୍ୟୁତ ବିଲ୍ ଉପରେ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଅନୁରୋଧ କରିଛି ସିପିଆଇ । ଯଦି ଆଗାମୀ ଦିନରେ ଏହି ଦାବି ପୂରଣ ନହୁଏ ତେବେ ଆଗକୁ ବଡ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.