ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ସାଂଘାତିକ ଅଭିଯୋଗ, କୋଭିଡ ପରିଚାଳନା ତ୍ରୁଟିର ଭିଡିଓ ଭାଇରାଲ - ଝାରସୁଗୁଡା କୋଭିଡ ପରିଚାଳନାରେ ଅବହେଳା

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କୋରୋନା ପରିଚାଳନାରେ ଅବ୍ୟବସ୍ଥା ଦେଖାଦେଇଛି । ଆଇସଲେସନ ୱାର୍ଡରେ ଦୁଇଜଣ କୋରୋନା ରୋଗୀ ମୃତ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କୋଭିଡ ପରିଚାଳନାରେ ଅବହେଳା,କୋରୋନା ରୋଗୀଙ୍କ ମୃତ ଭିଡିଓ ଭାଇରାଲ

author img

By

Published : Sep 20, 2020, 4:26 PM IST

Updated : Sep 20, 2020, 4:55 PM IST

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କୋରୋନା ପରିଚାଳନାରେ ଅବ୍ୟବସ୍ଥା। ଆଇସୋଲେସନ ୱାର୍ଡରେ କୋରୋନା ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ । ଏଭଳି ଅଭିଯୋଗ ମଧ୍ୟରେ ରବିବାର ଦୁଇ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କୋଭିଡ ପରିଚାଳନାରେ ଅବହେଳା,କୋରୋନା ରୋଗୀଙ୍କ ମୃତ ଭିଡିଓ ଭାଇରାଲ
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କୋଭିଡ ପରିଚାଳନାରେ ଅବହେଳା,କୋରୋନା ରୋଗୀଙ୍କ ମୃତ ଭିଡିଓ ଭାଇରାଲ

ରାଜ୍ୟରେ କୋରୋନା ସ୍ଥିତି ସାଂଘାତିକ ହେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ପରିଚାଳନାର ଅବ୍ୟବସ୍ଥା ଦେଖାଦେଇଛି । ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଗୁରୁତର ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀକୁ ଚିକିତ୍ସା କରାଯାଉନାହିଁ ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଆଇସୋଲେସନ ୱାର୍ଡରେ ରୋଗୀଙ୍କୁ କୋଭିଡ଼ ଟେଷ୍ଟ ନ କରି ଦୀର୍ଘ ସମୟ ଧରି ଚିକିତ୍ସା କରାଯାଉ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଇସୋଲେସନ ୱାର୍ଡରେ ଚିକିତ୍ସାରେ ଅବହେଳା ଯୋଗୁଁ ଦୁଇ ଜଣଙ୍କ ମୃତ ଦେହ ପଡିଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଟ୍ବିଟ କରି ଘଟଣାର ତଦନ୍ତ ପାଇଁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

Last Updated : Sep 20, 2020, 4:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.