ETV Bharat / state

ଝାରସୁଗୁଡାରେ କୋଭିଡ୍ କଟକଣା କଡ଼ାକଡ଼ି: ରେଳଷ୍ଟେସନ ଓ ବିମାନବନ୍ଦର ଉପରେ ତୀକ୍ଷ୍ମ ନଜର - covid guideline strict in Jharsuguda

ଝାରସୁଗୁଡାରେ କୋଭିଡ କଟକଣା କଡାକଡି, ରେଳଷ୍ଟେସନ ଓ ବିମାନବନ୍ଦରକୁ ଫୋକସ । ଅଧିକ ପଢନ୍ତୁ....

ଝାରସୁଗୁଡାରେ କୋଭିଡ୍ କଟକଣା କଡ଼ାକଡ଼ି, ରେଳ ଷ୍ଟେସନ ଓ ବିମାନ ବନ୍ଦର ଉପରେ ତୀକ୍ଷ୍ମ ନଜର

author img

By

Published : Apr 19, 2021, 11:06 PM IST

ଝାରସୁଗୁଡା: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ମହାରାଷ୍ଟ୍ର, ଦିଲ୍ଲୀ ସମେତ ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଓଡିଶାକୁ ବିମାନ ଓ ଟ୍ରେନ ଯୋଗେ ହଜାର ହଜାର ଆସୁଥିବାରୁ ରେଲୱେ ଷ୍ଟେସନ ଓ ବିମାନ ବନ୍ଦରର ଉପରେ ସ୍ବତନ୍ତ୍ର ଧ୍ୟାନ କରିଛନ୍ତି ରାଜ୍ୟ ସରକାର ।

ଝାରସୁଗୁଡାରେ କୋଭିଡ୍ କଟକଣା କଡ଼ାକଡ଼ି: ରେଳଷ୍ଟେସନ ଓ ବିମାନବନ୍ଦର ଉପରେ ତୀକ୍ଷ୍ମ ନଜର

ଝାରସୁଗୁଡା ଏକ ଶିଳ୍ପାନୁଷ୍ଠାନରେ ଭରା ଜିଲ୍ଲା ହୋଇଥିବା ଓ ଏଠାରେ ବିମାନବନ୍ଦର ଓ ରେଳବାଇ ଷ୍ଟେସନ ଉପରେ ବାହାରୁ ଆସୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିମାନବନ୍ଦର ଓ ରେଳବାଇ ଷ୍ଟେସନରେ ବାହାରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସେମାନଙ୍କ ଘର ଠିକଣାକୁ କଡାକଡି ଯାଞ୍ଚ କରାଯିବା ବ୍ୟବସ୍ଥା କରାଯାଉଛି।

ଅନ୍ୟପଟେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରୁଥିବା ସମସ୍ତ ଯାତ୍ରୀଙ୍କ ଆଜିଠାରୁ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୁଳକ କରାଯାଉଛି । ଛତିଶଗଡ ସମେତ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶରେ କରୋନା ନିୟନ୍ତ୍ରଣ ବହାରକୁ ଚାଲି ଯାଉଥିବା ବେଳେ ସୀମାବର୍ତ୍ତୀ ଜିଲ୍ଲା ଭାବେ ଝାରସୁଗୁଡା ଜିଲ୍ଲାରେ ଅନେକ କଟକଣା ଲଗାଯାଇଛି ।ରେଳପଥରେ ଆସୁଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ବିମାନବନ୍ଦର ଯାତ୍ରୀଙ୍କୁ କରୋନା ଟେଷ୍ଟ ଆରଟିପିସିଆର ମାଧ୍ୟମରେ କରାଯିବା ସହ ଏଠାରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ବ୍ୟାଗେଜକୁ ସାନିଟାଏଜ କରାଯାଇ ବିମାନ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି ।

ସେପଟେ ଜିଲ୍ଲାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଜିଲ୍ଲାର କୋଭିଡ ହସ୍ପିଟାଲରେ ଥିବା ବେଡ ସଂଖ୍ୟା ଆଉ 50ଟି ବୃଦ୍ଧି କରଯିବା ସହ ଆଉ ଅଧିକ 10ଟି ଭେଣ୍ଟିଲେଟର ଲଗାଯାଇ ଭେଣ୍ଟିଲେଟର ବେଡ ସଂଖ୍ୟା 20କୁ ବୃଦ୍ଧି କରାଯିବ ବୋଲି ଜିଲ୍ଲପାଳ ସୁଚନା ଦେଇଛନ୍ତି ।ଏଥିସହ ବର୍ତ୍ତମାନ ପରିସ୍ଥିତିରେ 3ଟି କୋଭିଡ୍ କେୟାର୍ ସେଣ୍ଟର ରେ 100 ଶଯ୍ୟା ରଖାଯାଇଥିବା ଓ ଆବଶ୍ୟକ ପଡିଲେ ଶଯ୍ୟା ସଂଖ୍ୟା 3ଶହକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହାଛଡା ଜିଲ୍ଲାରେ ଥିବା କୋଭିଡ ଲାବ୍‌ରେ ଦୈନିକ ୫୮୪ ଆର୍‌ଟିପିସିଆର୍ କରାଯାଉଛି । ଟେଷ୍ଟ ସଂଖ୍ୟାକୁ ବୃଦ୍ଧି କରିବା ଲାଗି ଏକ ନୂଆ ଆର୍‌ଟିପିସିଆର୍ ମେସିନ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଜଣେ ମାଇକ୍ରୋ ବାଓଲୋଜିଷ୍ଟ ଏବଂ କିଛି ଲାବ୍ରୋଟାରି ଟେକ୍ନିସିଆନ୍ ଯୋଗାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ କିମ୍ବା ଭବିଷ୍ୟତରେ କରୋନା ସଂକଟକୁ ମୁକାବିଲା କରିବା ଲାଗି ପର୍ଯ୍ୟାପ୍ତ ସାଧନ ଉପଲବ୍ଧ ଥିବା ନେଇ ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଜିଲ୍ଲାରେ ଅକ୍ସିଜେନର ଅଭାବ ନଥିବା ସ୍ପଷ୍ଟ କରିବା ସହ ଭୟଭୀତ ନହେବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରାମର୍ଶ ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.