ETV Bharat / state

ଗୋପାଳର ମେଡିକାଲ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚ, ଖାରଜ କଲେ JMFC କୋର୍ଟ - ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା । ପୁଣି ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ JMFC କୋର୍ଟ । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା

author img

By

Published : Feb 21, 2023, 7:18 AM IST

ଝାରସୁଗୁଡା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ପୁଣିଥରେ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା JMFC କୋର୍ଟରେ ପ୍ରାର୍ଥନା କଲା କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ JMFC କୋର୍ଟରେ ଆବେଦନ କରିଥିଲେ ତଦନ୍ତ ଅଧିକାରୀ । ହେଲେ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କଲେ କୋର୍ଟ ।

ବର୍ତ୍ତମାନ ସୁଦ୍ଧା ନବ ଦାସଙ୍କ ହତ୍ୟା ପଛର ରହସ୍ୟ ଉନ୍ମୋଚନ କରିପାରିନାହିଁ କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡକୁ ୨୨ଦିନ ବିତିଗଲା ପରେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଏଯାବତ କ୍ରାଇମବ୍ରାଞ୍ଚ ବାହାର କରିପାରିନାହିଁ । ଏପଟେ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । କ୍ରାଇମବ୍ରାଞ୍ଚର କାର୍ଯ୍ୟକଳାପ ଉପରେ ବିରୋଧୀ ପ୍ରଶ୍ନ ଉଠେଇବା ଆରମ୍ଭ କରିଛନ୍ତି ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବାଜିଥିବା ଗୁଳି ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିନାହିଁ । ଯାହା ସାଧାରଣରେ ଆଲୋଚନା ବିଷୟ ପାଲଟିଛି । ସେପଟେ ନବଙ୍କ ସମର୍ଥକ, ସ୍ଥାନୀୟ ଜିଲ୍ଲା ବିଜୁ ଜନତା ଦଳ ଏବଂ ନବଙ୍କ ପରିବାର ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତର ଶେଷ ପର୍ଯ୍ୟାୟର ପ୍ରତୀକ୍ଷାରେ ରହିଛନ୍ତି । ସମସ୍ତଙ୍କ ମୁହଁରେ କେବଳ ହତ୍ୟା ପଛର ପ୍ରକୃତ କାରଣ କ'ଣ ? ବୈଷୟିକ କାରଣ ଅଥବା ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା ଅନୁମାନ କରାଯାଉଛି । କେବଳ କ୍ରାଇମବ୍ରାଞ୍ଚର ତଦନ୍ତ କେବେ ସରିବ ଏବଂ ହତ୍ୟା ପଛର ପ୍ରକୃତ କାରଣ କେବେ ଉନ୍ମୋଚିତ କରିବ ତାକୁ ହିଁ ଅପେକ୍ଷା । ଏହାସହିତ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବା ପାଇଁ ଦାବି କରିଛନ୍ତି ବିରୋଧୀ ।

ଗତ ଜାନୁଆରୀ 29 ତାରିଖରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଦିନ ଦ୍ବିପ୍ରହରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଜଣେ ପୋଲିସ ଅଧିକାରୀ । ସେତେବେଳେ ଏହି ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିଲା । ଏହି ଘଟଣା ପରେ ରାଜ୍ୟ ସରକାର ଓ ପୋଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ନବ ହତ୍ୟା ମାମଲା ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ କରିଥିଲେ ବିରୋଧୀ ଦଳ l ବିରୋଧୀ ଦଳର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । ତେବେ କେବେ ସାମ୍ନାକୁ ଆସିବ ନବ ଦାସଙ୍କ ହତ୍ୟାକାଣ୍ଡ ରହସ୍ୟ ତାହା ଉପରେ ସମସ୍ତଙ୍କ ନଜର।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.