ETV Bharat / state

ଝାରସୁଗୁଡ଼ାରେ ଆରମ୍ଭ ହେଲା କୋରୋନା ସ୍ବାବ ଟେଷ୍ଟ - jharsuguda coronavirus swab test

ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହେଲା ସ୍ବାବ ଟେଷ୍ଟ । ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଆଗାମୀ କିଛିଦିନ ମଧ୍ୟରେ ନମୁନା ପରୀକ୍ଷଣର ଅଧିକ ସଂଖ୍ୟା ବଢ଼ାଇବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଝାରସୁଗୁଡ଼ାରେ ଆରମ୍ଭ ହେଲା କୋରୋନା ସ୍ବାବ ଟେଷ୍ଟ

author img

By

Published : Jul 7, 2020, 4:15 PM IST

ଝାରସୁଗୁଡ଼ା: ଜିଲ୍ଲାରେ ଆରମ୍ଭ ହେଲା କୋରୋନା ଚିହ୍ନଟ ପାଇଁ ସ୍ବାବ ଟେଷ୍ଟ । ଗତ କିଛିଦିନରେ ଝାରସୁଗୁଡ଼ାରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବଢ଼ୁଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଗତକାଲି ଠାରୁ ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ କୋଭିଡ ହସ୍ପିଟାଲ ପରିସରରେ କୋରୋନା ରୋଗୀଙ୍କ ସ୍ବାବ ନମୁନାର ପରୀକ୍ଷଣର ଆରମ୍ଭ କରାଯାଇଛି ।

ଝାରସୁଗୁଡ଼ାରେ ଆରମ୍ଭ ହେଲା କୋରୋନା ସ୍ବାବ ଟେଷ୍ଟ

ଝାରସୁଗୁଡ଼ା ଜିଲ୍ଳା ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର ମିଳିତ ଉଦ୍ୟମରେ ପ୍ରଥମ କରି ଜିଲ୍ଲାରେ TruNat ଯନ୍ତ୍ର ସାହାଯ୍ୟରେ କୋରୋନା ରୋଗୀଙ୍କ ଠାରୁ ସଂଗୃହୀତ ସ୍ବାବ ନମୁନା ପରୀକ୍ଷଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ରୋଗୀଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଛି ଓ ଏଥିରୁ ନେଗେଟିଭ ବାହାରି ଥିବା ଜଣାପଡିଛି । ଏହାର ପରୀକ୍ଷଣ ସଫଳତାର ସହ ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ରୋଗୀଙ୍କ ସ୍ବାବ ନମୁନା ଏଠାରେ ପରୀକ୍ଷଣ କରାଯିବ ବୋଲି ଜଣାପଡିଛି । ଝାରସୁଗୁଡାରେ ସ୍ବାବ ସଂଗ୍ରହ ଆରମ୍ଭ ହୋଇଥିବାରୁ ଅଳ୍ପ କିଛି ସମୟ ମଧ୍ୟରେ ରିପୋର୍ଟ ମିଳିପାରିବ । ଆଗାମୀ କିଛିଦିନ ମଧ୍ୟରେ ନମୁନା ପରୀକ୍ଷଣର ଅଧିକ ସଂଖ୍ୟା ବଢ଼ାଇବାର ଯୋଜନା ରହିଛି ।

ଝାରସୁଗୁଡା ଜିଲ୍ଲାରେ କୋରୋନା ରୋଗୀ ଚିହ୍ନଟ ପାଇଁ ପ୍ରତିଦିନ ହାରାହାରି ୨୦୦ ସ୍ବାବ ନମୁନା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରକୁ ପ୍ରତିଦିନ ପଠାଯାଉଥିଲା ।ଏଥିପାଇଁ ପ୍ରତିଦିନ ଗୋଟିଏ ସ୍ବତନ୍ତ୍ର ଗାଡି ଭୁବନେଶ୍ବର ଯାଉଥିଲା । ବର୍ତ୍ତମାନ ଝାରସୁଗୁଡ଼ାରେ ସ୍ବାବ ନମୁନା ପରୀକ୍ଷା ହେବାରୁ ରିପୋର୍ଟ ଶୀଘ୍ର ଆସିଲେ ଚିକିତ୍ସା ମଧ୍ୟ ସଠିକ ସମୟରେ ଚିକିତ୍ସା ହୋଇପାରିବ ବୋଲି ସିଡ଼ିଏମଓ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.