ଝାରସୁଗୁଡା: କୋରୋନା ପାଇଁ ଆରମ୍ଭ ହୋଇଛି ମୁକାବିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନାକୁ ନେଇ ଲୋକେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାଞ୍ଚଳ, ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ ଏବଂ ଏକରୁ ଅଧିକ ବ୍ୟକ୍ତି ବିଶେଷ ଏକତ୍ରିତ ହେଉଥିବା ସ୍ଥାନମାନଙ୍କରେ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଇଛି ।
ଅନ୍ୟପଟେ ପୋଲିସ ପକ୍ଷରୁ କୋରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଝାରସୁଗୁଡା ଏସପି ଅଶ୍ବିନୀ ମହାନ୍ତି ପୋଲିସ କର୍ମଚାରୀଙ୍କୁ ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷା ଦେବାପାଇଁ ଉପଦେଶ ଦେଇ ମାସ୍କ ବିତରଣ କରିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ପାଣି, ଇଟିଭି ଭାରତ