ETV Bharat / state

କଂଗ୍ରେସ ଦଳକୁ ସୁହାଇବ ଅଘରିଆ ସମାଜର ଭୋଟ, ଝାରସୁଗୁଡାବାସୀ ଚାହାଁନ୍ତି ପରିବର୍ତ୍ତନ: ପିସିସି ସଭାପତି - ଏଥର ଝାରସୁଗୁଡାରେ ଜିତିବ ଦଳ

ଝାରସୁଗୁଡାରେ ଉପନିର୍ବାଚନ ତାତି । ଆଜି ଝାରସୁଗୁଡ଼ା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡାବାସୀ ଚାହାଁନ୍ତି ପରିବର୍ତ୍ତନ : ପିସିସି ସଭାପତି

author img

By

Published : Apr 20, 2023, 10:31 PM IST

ଝାରସୁଗୁଡାବାସୀ ଚାହାଁନ୍ତି ପରିବର୍ତ୍ତନ : ପିସିସି ସଭାପତି

ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନ ପାଇଁ ଦୁଲୁକୁଛି ମୈଦାନ । ଗଡ ହାତେଇବା ପାଇଁ ଅଣ୍ଟା ଭିଡିଛନ୍ତି ସମସ୍ତ ଦଳ । ବିଜେଡିଠାରୁ ଅରମ୍ଭ କରି ବିଜେପି ଓ କଂଗ୍ରେସ ଝାରସୁଗୁଡାରେ ଆରମ୍ଭ କିରିଛନ୍ତି ମେଳି । ମେ 10 ତାରିଖରେ ନିର୍ବାଚନ ହେବା ସହ ମେ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନ ପୂର୍ବରୁ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି ।

ତେବେ ନିର୍ବାରଚନରେ ନିଜ ପତିଆରା ଜାହିର କରିବା ପାଇଁ ଆଜି ଝାରସୁଗୁଡ଼ା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଉପନିର୍ବାଚନ ପାଇଁ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଆଗାମୀ ଦିନରେ ଦଳର କାର୍ଯ୍ୟକ୍ରମ କେମିତି ରହିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କହୁଯାଇଛି । ଦଳ କେମିତି ଭଲ ପ୍ରଦର୍ଶନ କରିବ ସେନେଇ ଏହି କର୍ମି ସମ୍ମିଳନୀରେ ଆଲୋଚନା ହୋଇଥିଲା ।

ପିସିସି ସଭାପିତି କହିଛନ୍ତି, "କେନ୍ଦ୍ର ସରକାରଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଲୋକଙ୍କୁ ଠକି ଆସୁଛନ୍ତି । କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ଦେଶବାସୀଙ୍କ ପାଇଁ ଏକ ଅଭିଶାପ ସାଜିଛି । ପେଟ୍ରୋଲ ଦରଠାରୁ ଆରମ୍ଭ କରି ଲୁଣ ଦର ବୃଦ୍ଧି । ଓଡ଼ିଶାର ବିକାଶକୁ ନେଇ ଲୋକଙ୍କୁ ଠକି ଚାଲିଛି ବିଜୁ ଜନତା ଦଳ । ଜିଲ୍ଲାରେ ନା ଆଛି ନିଯୁକ୍ତି ନା ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି । ଯୁବପିଢି ଏବେ ବି ବେରୋଜଗାର ଅଛନ୍ତି, ଅଥବା କାର୍ଯ୍ୟ ଅନୁସନ୍ଧାନରେ ରାଜ୍ୟ ବାହାରେ ରହୁଛନ୍ତି । ଝାରସୁଗୁଡାବାସୀଙ୍କୁ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏବେ କଂଗ୍ରେସ ପରିବର୍ତ୍ତନ ଆଣିବ । ତେବେ ଏହି କର୍ମୀ ସମ୍ମିଳନୀରେ ନିର୍ବାଚନ ଜିତିବା ପାଇଁ ଜିଲ୍ଲାର ତୃଣମୂଳ ସ୍ତରରୁ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦିଆଯାଇଛି ।"

କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ କହିଛନ୍ତି, "ଆଗାମୀ ଉପନିର୍ବାଚନରେ ଅଘରିଆ ସମାଜର ଭୋଟ କଂଗ୍ରେସରେ କଂଗ୍ରେସ ଜୟଯୁକ୍ତ ହେବ । ସେ ଅଘରିଆ ସମାଜର ହୋଇଥିବା ଯୋଗୁଁ ଏଥର ଅଘରିଆ ସମାଜର ଭୋଟ ତାଙ୍କ ହକକୁ ଯିବ ।" ଝାରସୁଗୁଡ଼ା ଜିଲ୍ଲାରେ ପ୍ରାୟ ୨୮ ପ୍ରତିଶତ ଅଘରିଆ ସମାଜର ଭୋଟ ରହିଛି । ଯାହା ଏହି ଉପନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହାସହ ଅଦିବାସୀଙ୍କ ଭୋଟ ମଧ୍ୟ ତାଙ୍କୁ ମିଳିବ ବୋଲି ସେ ଆଶାବାଦୀ ରହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.