ETV Bharat / state

Brajrajnagar ByPoll: ଉପନିର୍ବାଚନରେ କଂଗ୍ରସର ବିଜୟ ହେବ କହିଲେ ମୋକିମ - ଝାରସୁଗୁଡା ଖବର

ଆସନ୍ତା ୩୧ ତାରିଖରେ ହେବାକୁ ଯାଉଛି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ(Brajarajnagar Bypoll) । କଂଗ୍ରସର ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ

Brajrajnagar ByPoll: ଉପନିର୍ବାଚନରେ କଂଗ୍ରସ ଜୟଯୁକ୍ତ ହେବ କହିଲେ ମୋକିମ

author img

By

Published : May 23, 2022, 12:15 PM IST

ଝାରସୁଗୁଡା: ପାଖଉଛି ବ୍ରଜରାଜନଗର ବିଧାନସଭା (Brajarajnagar Bypoll) ଆସନ ପାଇଁ ଉପନିର୍ବାଚନ ତାରିଖ । ତେବେ ତାରିଖ ଯେତିକି ପାଖଉଛି, ନିର୍ବାଚନୀ ଉଷ୍ମତା ସେହିମାତ୍ରାରେ ବୃଦ୍ଧିପାଇପାରେ ଲାଗିଛି । ଏହି ଆସନ ହାତେଇବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର କସରତ ଆରମ୍ଭ କରିସାରିଲେଣି । ହେଭିୱେଟ୍‌ ନେତାଙ୍କ ରାଲି, କର୍ମୀ ସମ୍ମିଳନୀ ଓ ପ୍ରଚାରରେ କମ୍ପିଲାଣି ପ୍ରଚାର ମୈଦାନ । ଶାସକ ବିଜୁ ଜନତା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । କାରଣର BJDର ପାର୍ଥୀ ହୋଇଛନ୍ତି ଦିଂବଗତ ନେତା କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି । ସେହିପରି ବିଜେପି ପକ୍ଷରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ମଧ୍ୟ ରହିଛନ୍ତି । କଂଗ୍ରେସ ବରିଷ୍ଠ ନେତା କିଶୋର ପଟେଲଙ୍କୁ ମୈଦାନକୁ ଓହ୍ଲାଇ ଥିବାବେଳେ ପ୍ରଚାର ରେସ୍‌ରେ ପଛରେ ପଡିନି ।

Brajrajnagar ByPoll: ଉପନିର୍ବାଚନରେ କଂଗ୍ରସ ଜୟଯୁକ୍ତ ହେବ କହିଲେ ମୋକିମ

ଝାରସୁଗୁଡାରେ କଂଗ୍ରେସ ପକ୍ଷରୁ ଏକ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଉପନିର୍ବାଚନ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମୁଦ୍ଦା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ନୀତିକୁ ନେଇ ଲୋକଙ୍କ ପାଖକୁ ଯାଉଛି ଦଳ । ଏହି ଉପ ନିର୍ବାଚନରେ କଂଗ୍ରେସ ଏକଜୁଟ ହୋଇ ଲଢ଼ିବ । ଏଥର କଂଗ୍ରେସ ଜୟଯୁକ୍ତ ହେବ ବୋଲି କହିଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

କିଶୋର ପଟେଲ ଜଣେ ଦକ୍ଷ ସଂଗଠକ ଓ ଲୋକପ୍ରିୟ ନେତା ହୋଇଥିବାରୁ ତାଙ୍କୁ ଜନସାଧାରଣ ଥରେ ସୁଯୋଗ ଦିଅନ୍ତୁ ବୋଲି କହିଛନ୍ତି, କଂଗ୍ରେସର ବରିଷ୍ଠ ନେତା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ PCC ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଯଜ୍ଞେଶ୍ବର ବାବୁ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବାରବାଟୀ-କଟକ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ, ବିଧାୟକ ଅଧୀରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ଜୁନ ୩ ତାରିଖରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଦିଂବଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଖାଲି ପଡିଛି । ତେଣୁ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପ-ନିର୍ବାଚନ ପାଇଁ ତାରଖ ଘୋଷଣା ପରେ ଏବେ ୩ ପ୍ରମୁଖ ରାଜନୈତିକ ଦଳ ଆସନ ହାତେଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ।

ଝାରସୁଗୁଡାରୁ ଗୁରୁ ଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.