ETV Bharat / state

ଆସନ୍ତାକାଲି ଝାରସୁଗୁଡା ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ସଭାସ୍ଥଳ ନିରୀକ୍ଷଣ କଲେ ନବଙ୍କ ଝିଅ ଓ ପୁଅ - ଶୋକ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୁରୁବାର ଝାରସୁଗୁଡ଼ା ସରବାହାଲରେ ନବ ଦାସଙ୍କ ପାଇଁ ଆୟୋଜିତ ଶୋକ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ସଭାସ୍ଥଳ ନିରୀକ୍ଷଣ କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲାପାଳ ଓ ଏସ୍‌ପି ସଭାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଓ ଆୟୋଜନର ତଦାରଖ କରିଛନ୍ତି । ଅଧିକ ପଢ଼ନ୍ତୁ

ସଭାସ୍ଥଳ ନିରୀକ୍ଷଣ କଲେ ନବଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ

author img

By

Published : Feb 8, 2023, 4:26 PM IST

ସଭାସ୍ଥଳ ନିରୀକ୍ଷଣ କଲେ ନବଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ

ଝାରସୁଗୁଡ଼ା: ଆସନ୍ତାକାଲି ଝାରସୁଗୁଡା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବ ଦାସଙ୍କ ପାଇଁ ଆୟୋଜିତ ଶୋକସଭାରେ ଯୋଗଦେବା ପାଇଁ ଆସିବେ ମୁଖ୍ୟମନ୍ତ୍ରୀ । ଏଠାରେ ଏକ ରକ୍ତଦାନ ଶିବିର ଆୟୋଜନ ମଧ୍ୟ କରାଯିବ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । କଟକ ମେୟର ସୁବାସ ସିଂ, ନବ ଦାସଙ୍କ ଝିଅ ଦୀପାଳି ଦାସ, ପୁଅ ବିଶାଳ ଦାସ ଏହାର ନିରୀକ୍ଷଣ କରିଛନ୍ତି । ଆସନ୍ତାକାଲି ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଉଦ୍ଦେଶ୍ୟରେ ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆରେ ଶୋକ ସଭାର ଆୟୋଜନ କରାଯାଇଛି । ଶୋକ ସଭାରେ ସାମିଲ ହେବା ପାଇଁ ଆସନ୍ତାକାଲି(ଗୁରୁବାର) ଝାରସୁଗୁଡା ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟର ବହୁ ମନ୍ତ୍ରୀ ଓ ବିଜୁ ଜନତା ଦଳର ବହୁ ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ପଶ୍ଚିମ ଓଡ଼ିଶାର କିଛି ନେତାଙ୍କୁ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ବ ଦିଆଯାଇଛି । ଏହି ନେତାମାନେ ଝାରସୁଗୁଡାରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଏବଂ ଝାରସୁଗୁଡ଼ା ଏସ୍‌ପି ନିଜେ ସଭାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଓ ଆୟୋଜନକୁ ତଦାରଖ କରିଛନ୍ତି । ଗଙ୍ଗା ଭୋଜି ଅନୁଷ୍ଠିତ ହେବାକୁ ଥିବା ପଡ଼ିଆରେ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯିବ । ହଜାର ହଜାର ନବଙ୍କ ପ୍ରଶଂସକ ତଥା ସମର୍ଥକ ଯୋଗଦେବାର ଅନୁମାନ କରାଯାଉଛି । ଯାହାକୁ ନେଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.