ETV Bharat / state

ନାଟକୀୟ ନାବାଳିକା ବିବାହ ଉଦ୍ୟମକୁ ପଣ୍ଡ କଲା ଚାଇଲ୍ଡ ଲାଇନ

author img

By

Published : May 12, 2019, 9:30 PM IST

ଝାରସୁଗୁଡା ଜିଲ୍ଲାରେ ଚାଲିଥିବା ଏକ ନାବାଳିକାର ବିବାହ ଉଦ୍ୟମକୁ ପଣ୍ଡ କରିଛି ଶିଶୁ ସୁରକ୍ଷା ସମିତି । ଘଟଣାସ୍ଥଳରୁ କନ୍ୟାପକ୍ଷ ଓ ବରପକ୍ଷ ଫେରାର ହୋଇଯାଇଥିବା ବେଳେ କନ୍ୟାକୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା ସମିତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ନାବାଳିକା ବିବାହ ଉଦ୍ୟମ ପଣ୍ଡ । ଜୋରଜବରଦସ୍ତି ନାବାଳିକାକୁ ବିବାହ କରାଯାଉଥିବା ବେଳେ ବିବାହ ବନ୍ଦ କରିଛି ଶିଶୁ ସୁରକ୍ଷା ସମିତି । ଝାରସୁଗୁଡା ଜିଲ୍ଲା ବେଲପାହାଡ ଜୁନାଡିହି ଅଞ୍ଚଳରେ ଘଟିଛି ଏହି ଘଟଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ବଲାଙ୍ଗୀର ଦେଓଘରର ଜଣେ 14 ବର୍ଷିୟ ନାବାଳିକାର ବିବାହ ଝାରସୁଗୁଡାରେ ସ୍ଥିର ହୋଇଥିଲା । ବଲାଙ୍ଗୀରର ବିବାହ କଲେ କାଳେ ଧରାପଡିଯିବା ଭୟରେ କନ୍ୟାର ପରିବାର ଲୋକେ ଆଜି ଝାରସୁଗୁଡାରେ ବିବାହ କରିବା ପାଇଁ ଠିକ୍ କରିଥିଲେ । ନିଷ୍ପତ୍ତି ଅନୁଯାୟୀ ଜୁନାଡିହିର ଏକ ମନ୍ଦିରରେ ବିବାହ ହୋଇଥାନ୍ତା । ହେଲେ ସ୍ଥାନୀୟ ଅଞ୍ଚଳରେ କେହି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଧରା ପଡିଯିବା ଭୟରେ ପୁଣି ଥରେ କନ୍ୟା ଘରଲୋକେ ବିବାହ ସ୍ଥାନ ପରିବର୍ତ୍ତନ କରିଥିଲେ ।

ଚାଇଲ୍ଡ ଲାଇନର କର୍ମକର୍ତ୍ତା ସେଠାରେ ପହଞ୍ଚି ନିରାଶ ହୋଇଥିଲେ । ପରେ ପୋଲିସ ସହାୟତାରେ କନ୍ୟାର ମୋବାଇଲ ଟ୍ରାକିଂ କରି କନ୍ୟା ନିକଟରେ ପହଞ୍ଚିଥିଲା ପୋଲିସ । ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରୁ ଫେରାର ହୋଇଥିଲେ କନ୍ୟାପକ୍ଷ ଓ ବରପକ୍ଷ । ପୋଲିସ ସେଠାରୁ ନାବାଳିକୁ ଉଦ୍ଧାର କରିବା ସହ ବରର ବଡଭାଇକୁ ଗିରଫ କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.