ETV Bharat / state

ଶିଶୁ ଶ୍ରମିକ ରୋକିବାକୁ ଅଣ୍ଟା ଭିଡିଲେ ଝାରସୁଗୁଡା ଜିଲ୍ଲାପାଳ

author img

By

Published : Jun 11, 2022, 10:24 AM IST

ଝାରସୁଗୁଡା ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ

ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ
ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡା: ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏକ ସଚେତନତା ରଥ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ବାହାରି ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ପୌରାଞ୍ଚଳ ପରିକ୍ରମା କରିଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ଏ ଅବସରରେ ଏକ ସଭା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଶିଶୁ ଶ୍ରମିକ ନିରାକରଣ ଏକ ସାମାଜିକ ଦାୟିତ୍ବ । ସମସ୍ତଙ୍କ ମିଳିତ ପ୍ରୟାସ ହିଁ ଏହାକୁ ପ୍ରଥାର ବିଲୋପ କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଜରିଆରେ ଶିଶୁ ଶ୍ରମିକ ନିରାକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିପଦ ସଙ୍କୁଳ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରିବା ଧର୍ତ୍ତବ୍ୟ ଅପରାଧ ।

ଏହାକୁ ନିରୁତ୍ସାହିତ କରିବା ସହ ନିରାକରଣ ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିଷାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତେବେ ଏ କାର୍ଯ୍ୟକ୍ରମରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଇଟିଭି ଭାରତ,ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.