ETV Bharat / state

ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବଢୁଛି ଶିଶୁ ଭିକ୍ଷାବୃତ୍ତି, ଦେଖଣାହାରୀ ପାଲଟିଛି ପ୍ରଶାସନ

ଭିକ୍ଷାବୃତ୍ତି ନିକଟରେ ଶୈଶବ ଆତ୍ମସମର୍ପଣ କରିଥିବା ନଜର ଆସିଛି । ଏଠାରେ ମଲ୍‌ ହେଉ କି ରେଳ ଫାଟକ ପ୍ରତ୍ୟେକ ସ୍ଥାନରେ ଶିଶୁମାନେ ଭିକ ମାଗୁଥିବା ଦେଖିବାକୁ ମିଳୁଛି । ଅଧିକ ପଢ଼ନ୍ତୁ

child begging increasing in jharsuguda as administration not taking any step to stop it
ଝାରସୁଗୁଡ଼ାରେ ବୃଦ୍ଧି ପାଉଛି ଶିଶୁ ଭିକ୍ଷାବୃତ୍ତି, ଦେଖଣାହାରୀ ପାଲଟିଛି ପ୍ରଶାସନ
author img

By

Published : Feb 23, 2022, 7:51 PM IST

ଝାରସୁଗୁଡ଼ା: ଜୀବନର ଅତି ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ହେଉଛି ଶୈଶବ । ଏହି ସମୟରେ ହିଁ ଜଣଙ୍କ ଭବିଷ୍ୟତ, ସ୍ବାସ୍ଥ୍ୟ ଓ ବିକାଶର ମୂଳଦୁଆ ପଡ଼ିଥାଏ । ଅନ୍ୟ ସମୟ ଅପେକ୍ଷା ଏହି ସମୟରେ ଶିଶୁଟି ଅତିଶୀଘ୍ର ଶିଖିଥାଏ । ଝାରସୁଗୁଡ଼ାରେ ଜିଲ୍ଲାରେ ଏହି ଶୈଶବକୁ ଏବେ ଭିକ୍ଷାବୃତ୍ତି କବଳିତ କରିଛି । ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବା ସତ୍ତ୍ବେ ଏଠାରେ ପ୍ରତ୍ୟେକ ରେଳ ଫାଟକ, ମଲ୍‌ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଶିଶୁମାନେ ବିକ୍ଷାବୃତ୍ତି କରୁଥିବା ନଜର ଆସିଛି ।

ଝାରସୁଗୁଡ଼ାରେ ବୃଦ୍ଧି ପାଉଛି ଶିଶୁ ଭିକ୍ଷାବୃତ୍ତି, ଦେଖଣାହାରୀ ପାଲଟିଛି ପ୍ରଶାସନ

କୁହାଯାଏ ଶିଶୁଟିଏ ହେଉଛି ଦେଶର ଭବିଶ୍ୟତ । ଶିଶୁଟିଏ ହସିଲେ ଦେଶର ଭବିଷ୍ୟତ ହସିବ । ହେଲେ ଯେତେବେଳେ ଶିଶୁଟିଏ ଶିକ୍ଷା ଓ ସ୍ବାସ୍ଥ୍ୟ ବଦଳରେ ଭିକ୍ଷା ବୃତ୍ତି କରିବାକୁ ବାଧ୍ୟ ହୁଏ ସେତେବେଳେ ନିଶ୍ଚିତ ଭାବରେ ଚିନ୍ତାର ବିଷୟ ହୋଇପଡ଼େ । ଏହାର ନିରାକରଣ କରିବା ଦିଗରେ ଦୃଷ୍ଟି ଦେବାକୁ ହୁଏ । ତେବେ ଝାରସୁଗୁଡ଼ାରେ ପ୍ରଶାସନ ଏଭଳି ଏକ ଚିନ୍ତାର ବିଷୟ ଉପରେ ଦୃଷ୍ଟି ଦେବାକୁ ଚିନ୍ତା କରିନାହିଁ । ନହେଲେ ଜିଲ୍ଲାରେ ଏହି ଚିତ୍ର ଦେଖିବାକୁ ମିଳନ୍ତା ନାହିଁ ।

ଶିଶୁଙ୍କ ସୁରକ୍ଷା ନାନା ବିଭାଗ କେତେ ଯେ ଯୋଜନା ତାହାର ହିସାବ ନାହିଁ । ହେଲେ ସତରେ କଣ ଏହି ସବୁ ଯୋଜନା ଓ ବିଭାଗ ନିଜ ପାରିବାପଣିଆ ଦେଖାଉଛନ୍ତି ? ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ଦେବାକୁ ସର୍ବଶିକ୍ଷା ଯୋଜନା କାର୍ଯ୍ୟ କରୁଛି । ଏଭଳି ଯୋଜନା ମାଧ୍ୟମରେ ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ କରାଇ ସେମାନଙ୍କୁ ଶିକ୍ଷାଦାନ କରାଯାଇ ପାରନ୍ତା । ହେଲେ ତାହା ହେଉନାହିଁ । ସେହିଭଳି ରାଜ୍ୟରେ ପିଲାଙ୍କୁ ଅତ୍ୟାଧୁନିକ ଶୈଳୀରେ ଶିକ୍ଷାଦାନ କରିବାକୁ ଆରମ୍ଭ ହୋଇଛି ମୋ ସ୍କୁଲ୍‌ ଅଭିଯାନ । ହେଲେ ଏହି ସବୁ ଯୋଜନା ଏହି ଭିକ୍ଷାବୃତ୍ତି କରୁଥିବା ଶିଶୁମାନଙ୍କ ଉଦ୍ଧାର କରି ପାରିନାହିଁ ।

ଖାଲି ସେତିକି ନୁହେଁ, ଚାଇଲ୍ଡ ଲାଇନ ଚାହିଁଲେ ଏହି ସବୁ ଶିଶୁଙ୍କ ସାହାଯ୍ୟ କରି ପାରନ୍ତା । ତେବେ ଚାଇଲ୍ଡଲାଇନ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ମନେ ହେଉଛି । ଏଭଳି ଦୃଶ୍ୟ ଶିଶୁ ସୁରକ୍ଷା ବିଭାଗ ଉପରେ ମଧ୍ୟ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରୁଛି । ସେପଟେ ଏଭଳି ଦୃଶ୍ୟ ଆମ ସାମ୍ନାକୁ ଆସିଲେ ଉଦ୍ଧାର କରିବୁ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ।

କିଛି ମାଫିଆମାନେ ଶିଶୁଙ୍କୁ ଭିକ୍ଷାବୃତ୍ତିରେ ଲଗାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ସ୍ଥିତିରେ ଶିଶୁମାନେ ଭିକ୍ଷାବୃତ୍ତି କରୁଥିବା ନଜର ଆସିଲେ ତୁରନ୍ତ ଚାଇଲ୍ଡ ଲାଇନକୁ ଜଣାଇବାକୁ କହିଛନ୍ତି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା । ଏଭଳି ଶିଶୁଙ୍କୁ ସହାୟତା ଦେବା ନିହାତି ଆବଶ୍ୟକ । ଯାହାଦ୍ବାରା ସେମାନଙ୍କ ଭବିଷ୍ୟତ ଆଲୋକିତ ହୋଇ ପାରିବ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.