ETV Bharat / state

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉଦଘାଟିତ, ଗଡ଼ିଲା ସଚେତନତା ରଥ - ଝାରସୁଗୁଡାରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ

ଝାରସୁଗୁଡାରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉଦଘାଟିତ । ପୋଷ୍ୟସନ୍ତାନ ଗ୍ରହଣର ମହତ ଉଦ୍ଦେଶ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉଦଘାଟିତ, ଗଡ଼ିଲା ସଚେତନତା ରଥ

author img

By

Published : Nov 25, 2022, 8:47 PM IST

ଝାରସୁଗୁଡ଼ା: ଓଡିଶା ସରକାରଙ୍କ ପକ୍ଷରୁ ନଭେମ୍ବର ମାସକୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉଦଘାଟନ ସହ ସଚେତନତା ରଥର ଶୁଭାରମ୍ଭ ହୋଇଛି ।

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉଦଘାଟିତ, ଗଡ଼ିଲା ସଚେତନତା ରଥ

ଆଇନ ସମ୍ମତ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣକୁ ବ୍ୟାପକ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ନଭେମ୍ବର ମାସକୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ରୂପେ ଓଡିଶା ସରକାରଙ୍କ ଦ୍ଵାରା ପାଳନ କରାଯାଉଛି । ଏନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉଦଘାଟନ ହୋଇଯାଇଛି । ଏହି ଅବସରରେ ସଚେତନତା ରଥର ମଧ୍ୟ ଶୁଭାରମ୍ଭ ହୋଇଛି । ଜନସାଧାରଣଙ୍କ ମଧ୍ୟରେ ପୋଷ୍ୟସନ୍ତାନ ଗ୍ରହଣର ମହତ ଉଦ୍ଦେଶ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲାର ୫ଟି ବ୍ଲକ ତଥା ୩ ଗୋଟି ପୌର ପରିଷଦ ଅଞ୍ଚଳରେ ୩ ଦିନ ଧରି ଏହି ସଚେତନତା ରଥ ପରିକ୍ରମା କରିବ ।

ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଆଇନ ପ୍ରାଧିକରଣ ସଚିବ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଶିଶୁ କଲ୍ୟାଣ କମିଟି ସଦସ୍ୟ, ଶିଶୁ ଯତ୍ନ ଅନୁଷ୍ଠାନ ଓ ଚାଇଲଡ ଲାଇନ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.