ETV Bharat / state

ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Sep 3, 2022, 2:04 PM IST

ଝାରସୁଗୁଡ଼ା ଜିଲ୍ଲାକୁ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ୫୦ ପ୍ରତିଶତ ପରିବାର ନିକଟରେ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା
ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଝାରସୁଗୁଡ଼ା: ଆଜି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶନିବାର ସକାଳୁ ଝାରସୁଗୁଡ଼ା ସହରର ବାଲିଯୁରି ସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ । ପରେ ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।

ରାଜ୍ୟ ସରକାରଙ୍କ ଯେଉଁ ସବୁ ଗୁରୁତ୍ବପୂର୍ଣ୍ଣ ଯୋଜନା ରହିଛି ତାହା କେମିତି ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେବ, ଘରକୁ ଘର ଜଳଯୋଗାଣ ପ୍ରକଳ୍ପ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜନସାଧାରଣ କେମିତି ଉପକୃତ ହୋଇପାରିବେ ତାହା ନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାବାସୀଙ୍କ ସ୍ବପ୍ନ ହାର୍ଟ ହସ୍ପିଟାଲକୁ ମଧ୍ୟ ପରିଦର୍ଶନ କରିଛନ୍ତି । ଏହା ପରେ ପରେ କଟାପାଲି ସ୍ଥିତ ମେଗା ଉଠାଜଳସେଚନ ପ୍ରକଳ୍ପ ଓ ଜଳ ବିଷୋଧନାଗାର ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।

ଏହା ବି ପଢନ୍ତୁ- ଓଡିଶାର ବୃହତ୍ତମ ସହର ହେବ ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ

ଜିଲ୍ଲାରେ ରହିଥିବା ୧୧ଟି ଉଠାଜଳସେଚନ ପ୍ରକଳ୍ପର ଚାଷୀମାନେ କିଭଳି ସୁବିଧା ପାଇ ପାରିବେ ତାହାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, " ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କ ସହିତ ଏକ ବୈଠକ କରାଗଲା । ସରକାରଙ୍କ ମେଗା ପ୍ରକଳ୍ପକୁ କିପରି ସଠିକ ସମୟରେ ଶେଷ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି । ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନରେ ଯିବି । ଚେଷ୍ଟା କରାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ମୋଟ ୯୧ ହଜାର ପରିବାରରୁ ୫୦ ପ୍ରତିଶତ ପରିବାରକୁ ଯେପରି ପାନୀୟ ଜଳ ଯୋଗାଇ ଦିଆଯିବ ।"

ଏହାସହିତ କାର୍ଡିଆକ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଆସିଲାଣି । ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଉଛି । ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ଓ ଧାନ ଚାଷ ବ୍ୟତୀତ ଅନ୍ୟ ଶସ୍ୟ ଓ ଡାଲି ଜାତୀୟ ଫସଲକୁ ବଡ଼ ଆକାରରେ କରିବା ସହ ଅଧିକ ଉତ୍ପାଦନ କରିବା ଉପରେ ଧ୍ୟାନ ଦିଆଯାଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.