ETV Bharat / state

ଝାରସୁଗୁଡ଼ାରେ ମୁଖ୍ୟ ବିଚାରପତି ଏସ. ମୁରଲୀଧର - ହାଇକୋର୍ଟ

ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ...

ଝାରସୁଗୁଡ଼ାରେ ମୁଖ୍ୟ ବିଚାରପତି ଏସ. ମୁରଲୀଧର
ଝାରସୁଗୁଡ଼ାରେ ମୁଖ୍ୟ ବିଚାରପତି ଏସ. ମୁରଲୀଧର
author img

By

Published : Aug 20, 2021, 6:03 PM IST

ଝାରସୁଗୁ଼ଡ଼ା: ସୁନ୍ଦରଗଡ଼ର ଦୌରାଜଜ କୋର୍ଟ ପରିଦର୍ଶନ ପରେ ଝାରସୁଗୁଡ଼ା ଗସ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର । ଏହି ଅବସରରେ ଜିଲ୍ଲା ଓକିଲ ସଂଘ ତାଙ୍କୁ ସ୍ବାଗତ କରିବା ସହିତ ସେ ଜିଲ୍ଲାର କୋର୍ଟ ମଧ୍ୟ ପରିଦର୍ଶନ କରିଥିଲେ ।

ଝାରସୁଗୁଡ଼ାରେ ମୁଖ୍ୟ ବିଚାରପତି ଏସ. ମୁରଲୀଧର

ଏହି ଗସ୍ତରେ ସେ ଜିଲ୍ଲାର ନ୍ୟାୟାଳୟରେ ରହିଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ଜିଲ୍ଲା କୋର୍ଟ ପରିଦର୍ଶନ କରିଥିଲେ । ଏହା ପରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା କୋର୍ଟରେ ଓକିଲଙ୍କ ପାଇଁ କୌଣସି ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଜିଲ୍ଲାରେ ଏକ ଫ୍ୟାମିଲି କୋର୍ଟ ସାଙ୍ଗକୁ ଭିଜିଲାନ୍ସ କୋର୍ଟ ଏବଂ ସମସ୍ତ ବ୍ଲକରେ ଥିବା କୋର୍ଟ ମାନଙ୍କରେ ଉଚିତ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଦାବି କରାଯାଇଛି ।

ତେବେ ସେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କୋର୍ଟ ପରିଦର୍ଶନ କରିବା ସହିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ଏହାସହିତ କୋର୍ଟ ପ୍ରୋସିଡ଼ିଂ ବେଳେ ବିଚାରପତି ଓ ଆଇନଜୀବୀଙ୍କ ବ୍ୟବହାର ସମ୍ପର୍କରେ ସେ ଆଲୋଚନା କରିଥିଲେ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.