ETV Bharat / state

ଛତିଶଗଡ ପୋଲିସର ଦାଦାଗିରି, ସୀମାରେ ପଶି ଓଡିଶା ଚାଷୀଙ୍କୁ ରଖିଲା ଅଟକ

author img

By

Published : Dec 8, 2019, 9:28 PM IST

Updated : Dec 8, 2019, 11:43 PM IST

ଛତିଶଗଡ ପୋଲିସର ଦାଦାଗିରି ! ଓଡିଶା ସୀମାରେ ପ୍ରବେଶ କରି ଚାଷୀଙ୍କ ଉପରେ ଜୁଲୁମ କରିଥିବା ଅଭିଯୋଗ । ଝାରସୁଗୁଡା ସୀମାରେ ପଶି ଚାଷୀ କନକତୋରା ଗାଁର ଭାଗଚାଷୀ ମନୋଜ ମେହେରଙ୍କୁ ଧାନ ବୋଝେଇ ଗାଡି ସହ ରାୟଗଡ ଜିଲ୍ଲା ଜୁଟମିଲ ପୋଲିସ ଥାନାକୁ ନେଇଥିବା ଜଣାପଡିଛି ।

chhattisgarh police
ଛତିଶଗଡ ପୋଲିସର ଦାଦାଗିରି, ସୀମାରେ ପଶି ଚାଷୀଙ୍କୁ ରଖିଲା ଅଟକ

ଝାରସୁଗୁଡା: ଛତିଶଗଡ ପୋଲିସର ଦାଦାଗିରି ! ଓଡିଶା ସୀମାରେ ପ୍ରବେଶ କରି ଚାଷୀଙ୍କ ଉପରେ ଜୁଲୁମ କରିଥିବା ଅଭିଯୋଗ । ଝାରସୁଗୁଡା ସୀମାରେ ପଶି ଚାଷୀ କନକତୋରା ଗାଁର ଭାଗଚାଷୀ ମନୋଜ ମେହେରଙ୍କୁ ଧାନ ବୋଝେଇ ଗାଡି ସହ ରାୟଗଡ ଜିଲ୍ଲା ଜୁଟମିଲ ପୋଲିସ ଥାନାକୁ ନେଇଥିବା ଜଣାପଡିଛି । ପରେ ମନୋଜଙ୍କୁ ଛାଡିଥିବାବେଳେ ଧାନ ବୋଝେଇ ଗାଡିକୁ ଅଟକ ରଖିଛି ଛତିଶଗଡ ପୋଲିସ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଛତିଶଗଡ ପୋଲିସର ଦାଦାଗିରି

ଶନିବାର ସନ୍ଧ୍ୟାରେ କନକତୋରା ଗାଁର ଭାଗଚାଷୀ ମନୋଜ ମେହେର ବିଲରେ ଧାନ ଅମଳ କରି ଗାଡିରେ ଲଦି ନେଉଥିବାବେଳେ ଜୁଟମିଲ ପୋଲିସ ତାଙ୍କୁ ଆଡୁସାଡୁ ପଚାରିବା ସହ ସାଙ୍ଗରେ ନେଇଯାଇଥିଲେ । ରାତି 2ଟାରେ ତାଙ୍କୁ ଛାଡିଥିବାବେଳେ 38 ବସ୍ତା ଧାନ ସହ ଗାଡିକୁ ଅଟକ ରଖିଛି ପୋଲିସ ।

ଏପଟେ ରବିବାର ଘଟଣା ଜଣାପଡିବା ପରେ ଜୁଟମିଲ ପୋଲିସ ବିରୋଧରେ ରେଙ୍ଗାଲି ଥାନାରେ ଏତଲା ଦେଇଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ସ୍ଥାନୀୟ ବିଧାୟକ କିଶୋର ମହାନ୍ତି ଏହି ଘଟଣାରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଥିବା ଜଣାପଡିଛି । ଏ ଖବର ପ୍ରଘଟ ହେବା ପରେ ଲଖନପୁର ତହସିଲଦାର ଓ ଯୋଗାଣ ବିଭାଗକୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବା ପାଇଁ ଝାରସୁଗୁଡା ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ସ୍ଥାନୀୟ ଆରଆଇ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି ।

ସେପଟେ ଘଟଣାକୁ ନେଇ ଜୁଟମିଲ ପୋଲିସକୁ ଯୋଗଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଛତିଶଗଡ଼ ପୋଲିସ ର ଦାଦାଗିରି,ଓଡିଶା ସୀମାକୁ ପ୍ରବେଶ କରି ଚାଷୀଙ୍କ ଉପରେ କଲା ଜୁଲୁମ ।ଓଡିଶା ସୀମାନ୍ତରେ ରହିଥିବା ଗ୍ରାମ ଗୁଡିକରେ ଛତିଶଗଡ ପୋଲିସ ର ଦାଦାଗିରି ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି |ଗତକାଲି ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ଗାଁ ର ଭାଗ ଚାଷୀ ମନୋଜ ମେହେର ଙ୍କ ନାମରେ ଏକ ମାମଲା ରୁଜୁ କରି 38 ବସ୍ତା ଧାନ ଜବତ କଲା ରାୟଗଡ ପୋଲିସ ।ଘଟଣା କୁ ନେଇ ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ରାୟଗଡ ପୋଲିସ ବେଆଇନ କାର୍ଯ୍ୟ ବିରୋଧ ରେ ରେଙ୍ଗାଲି ଥାନା ରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।ଗତକାଲି କନକତୋରାର ଭାଗ ଚାଷୀ ମନୋଜ ମେହେର କ୍ଷେତ ରୁ ଧାନ ଅମଳ କରି ସଂଧ୍ୟାରେ ଧାନକୁ ଏକ ଅଟୋରେ ଲୋଡ କରୁଥିବା ବେଳେ ସେଠାରେ ଛତିଶଗଡ ପୋଲିସ ପହଞ୍ଚି ଧାନ ବୋଝେଇ ଗାଡି ସହ ମନୋଜକୁ ଛତିଶଗଡର ଜୁଟମିଲ ଥାନାକୁ ନେଇ ଯାଇଥିଲେ |ସେଠାରେ ରାତି 2ଟା ପର୍ଯ୍ୟନ୍ତ ମନୋଜକୁ ଅଟକ ରଖିବା ପରେ ଧାନ ବୋଝେଇ ଗାଡିକୁ ଜବତ କରି ମନୋଜକୁ ଛାଡି ଦେଇଥିଲେ |ଏହି ଘଟଣା ଆଜି ଜଣାପଡିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି |ସ୍ଥାନୀୟ ବିଧାୟକ କିଶୋର ମହାନ୍ତି ଏହି ଘଟଣାରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବୀ କରିଥିବା ବେଳେ ସ୍ଥାନୀୟ ଲୋକେ ରେଙ୍ଗାଲି ଥାନାରେ ରାୟଗଡ ପୋଲିସ ବିରୋଧ ରେ ଏତଲା ଦେଇଛନ୍ତି | ସୂଚନାଯୋଗ୍ୟ ଓଡିଶାରେ ଧାନର (ଏମ୍‌ଏସ୍‌ପି) ୧୮୩୫ ଟଙ୍କା ରହିଥିବା ବେଳେ ଗତବର୍ଷଠାରୁ ଛତିଶଗଡ଼ର ସରକାର ଏମ୍‌ଏସ୍‌ପି ୨୫ଶହ ଟଙ୍କା କରିଛନ୍ତି। କ୍ବିଣ୍ଟାଲ ପିଛା ୬୬୫ ଟଙ୍କାର ପାର୍ଥକ୍ୟ ରହିଥିବାରୁ ଅସାଧୁ ବ୍ୟବସାୟୀ ଏବଂ ଦଲାଲ ଓଡ଼ିଶାରୁ ସ୍ବଳ୍ପ ମୂଲ୍ୟରେ ଧାନ କିଣି ନେବାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଛତିଶଗଡ଼ ପୋଲିସ ପ୍ରକୃତ ଦଲାଲ କୁ ନ ଧରି ବେଆଇନ ଭାବେ ଓଡିଶା ସୀମାକୁ ପ୍ରବେଶ କରି ନିରୀହ ଚାଷୀ ଙ୍କୁ ଜୁଳୁମ କରୁଥିବା ଅଭିଯୋଗ ହେଉଛି । ଗତକାଲି ବିନା ଦୋଷ ରେ ଜଣେ ଚାଷୀ ଙ୍କୁ ରାୟଗଡ ପୋଲିସ ଦୀର୍ଘ ସମୟ ଧରି ଥାନା ରେ ଅଟକ ରଖିବା ସହ 38 ବସ୍ତା ଧାନ ଜବତ କରିଛି |ପରେ ସ୍ଥାନୀୟ ଚାଷୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଅଗାମୀ ଦିନରେ ଛତିଶଗଡ଼ ପୋଲିସ ର ଦାଦାଗିରି ଜାରି ରହିଲେ ବାଧ୍ୟ ହୋଇ ଚାଷୀମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି |
ଗୋଟିଏ ପଟେ ଓଡିଶା ଧାନ ଛତିଶଗଡ଼ ଚାଲାଣ ହେଉଥିବା ଅନୁମାନ କରି କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯାଇଛି । ସୀମାନ୍ତ ଛତିଶଗଡ଼ର ରାୟଗଡ ପ୍ରଶାସନର ଓଡ଼ିଶାକୁ ଲାଗି ରହିଥିବା ରାୟଗଡ ଜିଲ୍ଲା ସୀମାକୁ ସିଲ୍ କରାଯାଇଛି। ଏହିକ୍ରମରେ ଝାରସୁଗୁଡା ଜିଲ୍ଲାର ସୀମାନ୍ତ କନକତୋରା -ଏକତାଳ ରାସ୍ତାରେ ରାୟଗଡ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ମୁତୟନ କରିଛି । ଅନ୍ୟପଟେ ଗତକାଲି ଘଟଣା ଜାଣିବା ପରେ ଲଖନପୁର ତହସିଲଦାର ଓ ଯୋଗାଣ ବିଭାଗକୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବା ପାଇଁ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ନିର୍ଦେଶ ଦେଇଛନ୍ତି ।
ବାଇଟ1:ମନୋଜ ମେହେର, ଭାଗ ଚାଷୀ, କନକତୋରା ଗାଁ ।
ବାଇଟ2:କୁନ୍ଦନ ସିଂଦେଓ,ଜମି ମାଲିକ, କନକତୋରା ।
ବାଇଟ3:ନରେଶ ମେହେର, ଚାଷୀ, କନକତୋରା ।Body:...Conclusion:
Last Updated : Dec 8, 2019, 11:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.