ଝାରସୁଗୁଡା: ଛତିଶଗଡ ଡବଲ ମର୍ଡର ଘଟଣାରେ 3 ଦିନ ପୋଲିସ ରିମାଣ୍ଡରେ ଗଲେ ପୂର୍ବତନ ବିଧାୟକ ଅନୁପ ସାଏ । ତାଙ୍କ ସହ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ମଧ୍ୟ ଦିନିକିଆ ରିମାଣ୍ଡରେ ନେଲା ରାୟଗଡ ପୋଲିସ ।
ଛତିଶଗଡ ରାଜ୍ୟର ରାୟଗଡ ନିକଟରେ 2016ରେ ଘଟିଥିବା କଳ୍ପନା ଦାଶ ଓ ତାଙ୍କ ଝିଅ ହତ୍ୟାକାଣ୍ଡ ମାମଲାରେ ଜଡିତ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ରିମାଣ୍ଡରେ ନେବା ଆବେଦନର ଶୁଣାଣୀ କରି ରାୟଗଡ ସିଜେଏମ ଆଜି(ବୁଧବାର) ଏହି ରାୟ ଶୁଣାଇଛନ୍ତି ।
ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଅନୁପଙ୍କ ଓକିଲ ନାରକୋ ଟେଷ୍ଟ ଓ ରିମାଣ୍ଡ ଅବଧି ନ ଦେବାକୁ ପକ୍ଷ ରଖିଥିଲେ । ଅନୁପ ଓ ତାଙ୍କ ଡ୍ରାଇଭରକୁ ସିଜେଏମ୍ କୋର୍ଟରେ ହାଜର କରାଯିବା ପରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ 3 ଦିନ ପାଇଁ ରିମାଣ୍ଡ ପ୍ରଦାନ କରିଛନ୍ତି ମାଜିଷ୍ଟ୍ରେଟ୍ |
ରିମାଣ୍ଡ ନେବା ପରେ ପୋଲିସ ଏହି ହତ୍ୟାକାଣ୍ଡର ଅଧିକ ପ୍ରମାଣ ଯୋଗାଡ କରିବାକୁ ଉଭୟଙ୍କୁ ମୁହାଁମୁହିଁ କରି ଜେରା କରିବା ସହ ଦୁହିଁଙ୍କୁ ନେଇ କ୍ରାଇମ୍ ସିନର ରିକ୍ରିଏଟ କରିବ ପୋଲିସ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ