ETV Bharat / state

Brajrajnagar By Poll: କଡ଼ା ସୁରକ୍ଷା ବଳୟ ଭିତରେ EVM

author img

By

Published : Jun 1, 2022, 3:39 PM IST

ଝାରସୁଗୁଡ଼ା ଇଞ୍ଜିନିୟରିଂ ମହାବିଦ୍ୟାଳୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି EVM । ଜୁନ୍‌ ୩ ତାରିଖରେ ଭୋଟ ଗଣତି ହେବ । ଅଧିକ ପଢ଼ନ୍ତୁ

Brajrajnagar By Poll: କଡ଼ା ସୁରକ୍ଷା ବଳୟ ଭିତରେ EVM
Brajrajnagar By Poll: କଡ଼ା ସୁରକ୍ଷା ବଳୟ ଭିତରେ EVM

ଝାରସୁଗୁଡ଼ା: ଝାରସୁଗୁଡ଼ା ଇଞ୍ଜିନିୟରିଂ ମହାବିଦ୍ୟାଳୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି EVM । ଜୁନ୍‌ ୩ ତାରିଖରେ ଭୋଟ ଗଣତି ହେବ । ସେହି ଦିନ ହିଁ ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବ । ଝାରସୁଗୁଡ଼ା ମତଦାନ ଶେଷ ହୋଇଛି । EVMରେ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇ ରହିଛି ।

ମଙ୍ଗଳବାର ୨୭୯ଟି ବୁଥ୍‌ରେ ଝାରସୁଗୁଡ଼ା ଉପନିର୍ବାଚନ ସୁରୁଖୁରୁରେ ସମାପ୍ତ ହୋଇଛି । ଗତ ସାଧାରଣ ନିର୍ବାଚନ ଅପେକ୍ଷା ଉପନିର୍ବାଚନରେ ଅଧିକ ଭୋଟ ଦେଇଛନ୍ତି ମତଦାତା । ମୋଟ ୭୫ ପ୍ରତିଶତ ମତଦାନ ହୋଇଛି । ଏହାପରେ ମଙ୍ଗଳବାର ସନ୍ଧ୍ୟା ବେଳେ କଡ଼ା ସୁରକ୍ଷା ମଧ୍ୟରେ EVMକୁ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରାଯାଇଥିଲା ।

କୌଣସି ଅପ୍ରିତିକର ପରିସ୍ଥିତି ଏଡ଼ାଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ, CRPF ମୁତୟନ କରାଯାଇଛି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏହି ଅଞ୍ଚଳରେ ପଇଁତରା ମାରୁଥିବା ନଜର ଆସିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.