ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନକୁ ନେଇ ତେଜିଲାଣି ପ୍ରଚାର । କମ୍ପୁଛି ଏବେ ନିର୍ବାଚନୀ ମୈଦାନ। ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କ ପାଖକୁ ଯାଉଛନ୍ତି ପ୍ରାର୍ଥୀ । ମାଳମାଳ ନେତା ଏବେ ବ୍ରଜରାଜନଗରରେ ଡେରା ପକାଇଛନ୍ତି । ଆଜି ବେଲପାହାଡ ପୌରାଞ୍ଚଳରେ ତିନି ପ୍ରମୁଖ ଦଳ ପ୍ରଚାର କରିଛିନ୍ତି।
ବିଜେଡି ବେଲପାହାଡ ପୌରାଞ୍ଚଳର ୧୯ ନଂ ୱାର୍ଡରେ ଷ୍ଟାର ପ୍ରଚାରକ ମନ୍ତ୍ରୀ ଟୁକୁନି ସାହୁ, ବିଧାୟିକା ରୀତା ସାହୁ ଓ ବେଲପାହାଡର ବିଜେଡି କର୍ମୀଙ୍କ ସହ ବିରାଟ ବାଇକ ରାଲି କରି ରୋଡ ସୋ କରିଥିଲେ ।
ସେହିପରି ବିଜେପି ପ୍ରାର୍ଥିନୀ ବେଲପାହାଡ ପୌରାଞ୍ଚଳର ଘରକୁ ଘର ଯାଇ ଭୋଟ ମାଗିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ବେଲପାହାଡ ପୌର ପରିଷଦ ଓ ଲଖନପୁର ବ୍ଲକରେ ୱାର୍ଡ ସଭା କରି ନିଜ ସପକ୍ଷରେ ଭୋଟ ମାଗୁଛି।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ