ଝାରସୁଗୁଡା: ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି । ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପେଟରେ ଯନ୍ତ୍ରଣା ହେଉଥିବାରୁ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ହିମୋଗ୍ଲୋବିନ କମ୍ ଥିବାରୁ ତାଙ୍କୁ ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ବିଧାୟିକା ଅଳକା ମହାନ୍ତି ଅସୁସ୍ଥତା ଅନୁଭବ କରୁଥିଲେ । କିନ୍ତୁ ଗତକାଲି ରାତିରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଅଳକା ମହାନ୍ତି ପୂର୍ବରୁ ଉଚ୍ଚ ରାକ୍ତ ଚାପ ଓ ମଧୁମେହ ରୋଗରେ ପୀଡିତ ଥିବା ବେଳେ ପେଟରେ ଯନ୍ତ୍ରଣା ହେଉଥିବାରୁ ସେନେଇ ଡାକ୍ତରୀ ପରୀକ୍ଷା କରାଯାଉଛି ।
ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବିଧାୟିକା ଅଳକା ମହାନ୍ତିଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଚିକିତ୍ସା କରୁଥିବା ଡାକ୍ତର ବିଭୁଦତ୍ତ ମହାନ୍ତି ସୂଚନା ଦେଇଛନ୍ତି । ସେପଟେ ଅଳକାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ତାଙ୍କ ସମର୍ଥକ । ତେବେ ଅଳକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ସୂଚନା ଦେଇଛନ୍ତି ଡାକ୍ତର ।
ଏନେଇ ଡାକ୍ତର କହିଛନ୍ତି ଯେ, "ଗତାକିଲ ରାତି 12ଟା ପରେ ବିଧାୟିକା ଅଳକା ମହାନ୍ତି ହସ୍ପିଚଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ପେଟରେ ଯନ୍ତ୍ରଣା ହେଉଥିବାରୁ ଚିକିତ୍ସା ଆରମ୍ଭ ହୋଇଥିଲା । ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ମଧ୍ୟ ଅଛନ୍ତି । ପେଟରେ କାହିଁକି ଯନ୍ତ୍ରଣା ହେଉଛି ସେନେଇ ମଧ୍ୟ ପରୀକ୍ଷା ନିରକ୍ଷା କରାଯାଉଛି । ତାଙ୍କ ଶରୀରେ ରକ୍ତ କମ ଥିବାରୁ ଗୋଟିଏ ୟୁନିଟ ରକ୍ତ ମଧ୍ୟ ଦିଆଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯିବ ।"
ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଖାଲି ପଡିଥିଲା। ଏହାପରେ ଗତ 2022 ମେ 31 ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ହୋଇଥିଲା । ଜୁନ 3 ତାରିଖରେ ଭୋଟ ଗଣତି ପରେ ବିଜେଡ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ଅଳକା ମହାନ୍ତି ବିଜୟୀ ହୋଇଥିଲେ । ବିରୋଧୀ କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ମୋଟ 65 ହଜାର 791 ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଅଳକା ମହାନ୍ତି ।
ଇଟିଭି ଭାରତ, ଝାରସୁଗୁଡା