ETV Bharat / state

Brajarajnagar By Poll: ସୁର କହିଲେ କଂଗ୍ରେସ ଜିତିବ - ସୁର କହିଲେ କଂଗ୍ରେସ ଜିତିବ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରିଛି । ୭ ଦିନରେ ପ୍ରାୟ ୯୦ରୁ ଊର୍ଦ୍ଧ୍ବ ସଭାକୁ ସମ୍ବୋଧନ କରିଥିବା ସୁର କହିଛନ୍ତି କଂଗ୍ରେସ ଏଥର ନିଶ୍ଚୟ ଜିତିବ । ଅଧିକ ପଢନ୍ତୁ

Brajarajnagar By Poll: ସୁର କହିଲେ କଂଗ୍ରେସ ଜିତିବ

author img

By

Published : May 29, 2022, 7:41 PM IST

Updated : May 29, 2022, 7:47 PM IST

ଭୁବନେଶ୍ବର: ଆଜି(ରବିବାର) ସରୁଛି ବ୍ରଜରାଜନଗର ଉପନିର୍ବାଚନ ବିଗ ଫାଇଟ । ଅର୍ଥାତ, ନିର୍ବାଚନୀ ପ୍ରଚାରର ଆଜି ହୋଇଛି ଅନ୍ତ । ବିଜେଡି ପକ୍ଷରୁ ନବୀନଙ୍କ କାର୍ଯ୍ୟଶୈଳୀକୁ ନେଇ ନେତାମାନେ ଭୋଟରଙ୍କୁ ପ୍ରଲୋଭିତ କରୁଥିବାବେଳେ ବିଜେପି ମଧ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କ ଦ୍ୱାରା ପ୍ରଚାର ମୈଦାନକୁ ସରଗରମ କରିଛି ।

ସେପଟେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ତ୍ରିମୁଖୀ ଲଢେଇ ଜାରି ରହିଥିବାବେଳେ କଂଗ୍ରେସ ପକ୍ଷରୁ ନୂତନ ପିସିସି ସଭାପତି ଶରତ ପଟନାୟକଙ୍କ ସହ ପ୍ରଭାରୀ ଚେଲ୍ଲା କୁମାର, ବିଧାୟକ ମାନେ ଜୋରଦାର ପ୍ରଚାର କରିଛନ୍ତି । ଉଭୟ ବିଜେଡି ଓ ବିଜେପି ସରକାରର ବିଫଳତାକୁ ଜନସାଧାରଣଙ୍କ ପାଖକୁ ନେବାରେ ସଫଳ ହୋଇଛନ୍ତି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ସୁର ୭ ଦିନରେ ପ୍ରାୟ ୯୦ରୁ ଊର୍ଦ୍ଧ୍ବ ସଭାକୁ ସମ୍ବୋଧନ କରିଛନ୍ତି ।

Brajarajnagar By Poll: ସୁର କହିଲେ କଂଗ୍ରେସ ଜିତିବ
ସୁରଙ୍କ ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା ଅବହେଳିତ ହୋଇପଡିଛି । ବିଭିନ୍ନ କ୍ଷେତ୍ରରେ କୌଣସି ଆଖି ଦୃଶିଆ କାର୍ଯ୍ୟ ହୋଇନାହିଁ ତେଣୁ, ଲୋକେ ନିଶ୍ଚିତ ଭାବେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି ।ଇଟିଭି ଭାରତ, ଭୁବନେଶ୍ବର

Last Updated : May 29, 2022, 7:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.