ETV Bharat / state

ରାସ୍ତା ମରାମତି ପାଇଁ ଧାରଣାରେ ଲୋକେ - Blocks road In jharsuguda

ଝାରସୁଗୁଡ଼ା ବକ୍ସି ଛକ ଲହଣ୍ଡାବୁଡ଼ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଛନ୍ତି।

ରାସ୍ତା ମରାମତି ପାଇଁ ଧାରଣାରେ ଲୋକେ
ରାସ୍ତା ମରାମତି ପାଇଁ ଧାରଣାରେ ଲୋକେ
author img

By

Published : Nov 30, 2019, 4:03 PM IST

ଝାରସୁଗୁଡ଼ା: ଜିଲ୍ଲାର ବକ୍ସି ଛକ ଲହଣ୍ଡାବୁଡ଼ ରାସ୍ତାର ମରାମତି କାର୍ଯ୍ୟ ଦୀର୍ଘ ବର୍ଷ ହେବ କରାଯାଇନାହିଁ । ଫଳରେ ବ୍ୟାପକ ଧୂଳି ଉଡିବା ସହ ବର୍ଷା ଦିନେ ପାଣି କାଦୁଅରେ ଯାତାୟତ କରିବା ଦୁର୍ବିସହ ହୋଇପଡିଛି । ଏନେଇ ଶନିବାର ସ୍ଥାନୀୟ ଲୋକେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଛନ୍ତି ।

ଏ ରାସ୍ତାର ଅବସ୍ଥା ଏତେ ମାତ୍ରାରେ ଖରାପ ହୋଇଛି ଯେ, ଭାରିଯାନ ଚଳାଚଳ ତ ଦୂରର କଥା ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଛି । ଏହାସହ ଉକ୍ତ ରାସ୍ତା ଦେଇ ବାଲି ଓ ପାଉଁଶ ନେଇ ଭାରିଯାନ ଯାଉଥିବାରୁ ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି।

ରାସ୍ତା ମରାମତି ପାଇଁ ଧାରଣାରେ ଲୋକେ

ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଚଳିତ ମାସ 22 ତାରିଖରେ ସ୍ଥାନୀୟ ଲୋକେ ରାସ୍ତା ମରାମତି ପାଇଁ ଦାବି କରିଥିଲେ। ହେଲେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତାର କୌଣସି ମରାମତି କିମ୍ବା ଭରିଯାନ ଚଳାଚଳ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ଶନିବାର ସ୍ଥାନୀୟ ଲୋକେ ବକ୍ସି ଛକଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଛନ୍ତି । ଏହାସହ ଅତିଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ ନହେଲେ ଆଗକୁ ଏହା ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲା ବକ୍ସିଛକ ଲହଣ୍ଡାବୁଡ଼ ରାସ୍ତାର ମରାମତି କାର୍ଯ୍ୟ ଦୀର୍ଘ ବର୍ଷ ହେବ କରାଯାଇନାହିଁ । ଫଳରେ ବ୍ୟାପକ ଧୂଳି ଉଡିବା ସହ ବର୍ଷା ଦିନେ ପାଣି କାଦୁଅରେ ଯାତାୟତ ଦୁର୍ବିଶ ହୋଇପଡିଛି । ରାସ୍ତାର ଅବସ୍ତା ଏପରି ହୋଇଛି ଯେ, ଭାରିଯାନ ଚଳାଚଳ ତ ଦୂରର କଥା ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଛି । ଏହା ବାଦ ଏହି ରାସ୍ତା ଦେଇ ବାଲି ଓ ପାଉଁଶ ନେଇ ଭାରିଯାନ ଚଳାଚଳକୁ ବନ୍ଦ କରାଯାଇନଥିବାରୁ ସମ୍ପୂର୍ଣ୍ଣ ରାସ୍ତାଟି ଅଧିକାଂଶ ସମୟରେ ରାସ୍ତାରେ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଚଳିତ ମାସ 22 ତାରିଖରେ ସ୍ତାନୀୟ ଲୋକେ ଏହି ରାସ୍ତା ମରାମତି ସଂକ୍ରାନ୍ତରେ ଏକ ଆଲୋଚନା କରିବା ସହ ମରାମତି ଦାବି କରିଥିଲେ । ତେବେ ଅନେକ ଦିନ ବିତିଯାଇଥିଲେ ବେଳେ ରାସ୍ତାର କୌଣସି ମରାମତି କିମ୍ବା ଭରିଯାନ ଚଳାଚଳରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରଶାସନପକ୍ଷରୁ ନିଆଯାଇ ନଥିବାରୁ ଆଜି ସ୍ଥାନୀୟ ଲୋକମାନେ ବକ୍ସିଛକ ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଛନ୍ତି ।ମରାମତି କାର୍ଯ୍ୟ ଆରମ୍ଭ ନହେଲେ ଆଗକୁ ଏହା ଆନେ୍ଦାଳନର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି ।

ବାଇଟ:- ଆଶାଲତା :- ସ୍ତାନୀୟ ମହିଳା
ବାଇଟ:- ଦିନେଶ ଜୈନ :- ବିଜେପି ନେତାBody:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.