ETV Bharat / state

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପ୍ରତିବାଦରେ ବିଜେପିର ଜନ ଆନ୍ଦୋଳନ - Disruptive health care

ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ବିରୁଦ୍ଧରେ ରାଜରାସ୍ତାକୁ ନେଇ ଓହ୍ସାଇଛି ବିଜେପି । ଅଧିକ ପଢନ୍ତୁ...

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ବିଜେପିର ଜନ ଆନ୍ଦୋଳନ

author img

By

Published : Jul 29, 2021, 8:01 AM IST

ଝାରସୁଗୁଡା: ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବୁର୍ଲାସ୍ଥିତ ଭୀମସାରକୁ ରାଜ୍ୟ ସରକାର ଅଣଦେଖା କରୁଥିବା ପ୍ରତିବାଦରେ ବୁଧବାର ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ଜନ ଆନ୍ଦୋଳନ କରାଯାଇଛି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ବିଜେପିର ଜନ ଆନ୍ଦୋଳନ

ଏନେଇ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଏବଂ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ବହୁ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ପ୍ରତିବାଦ କରିଥିଲେ।

ଏଥିସହିତ ବୁର୍ଲା ଭୀମସାର ନିର୍ଦ୍ଦେଶକଙ୍କୁ ସ୍ବତନ୍ତ୍ର କ୍ଷମତା ଦେବାସହ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରିବା ଓ ଇକମୋ(ECMO) ମେସିନ ସ୍ଥାପନ ସମେତ ୧୧ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.