ETV Bharat / state

ବିଜେପି ଟାର୍ଗେଟରେ ବିଜେଡି, ନବ ଦାସ ହତ୍ୟାକାଣ୍ଡ ମୁଖ୍ୟ ପ୍ରସଙ୍ଗ

author img

By ETV Bharat Odisha Team

Published : Sep 23, 2023, 5:58 PM IST

Updated : Sep 23, 2023, 8:12 PM IST

2024 ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ଦଳମାନଙ୍କ କସରତ ଆରମ୍ଭ ହୋଇଗଲାଣି । ଝାରସୁଗୁଡାରେ ପ୍ରେସମିଟରେ ବିଧାୟିକା ଦୀପାଳି ଦାସଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ ।

ବିଜେପି ଟାର୍ଗେଟରେ ବିଜେଡି,
ବିଜେପି ଟାର୍ଗେଟରେ ବିଜେଡି,
ବିଜେପି ଟାର୍ଗେଟରେ ବିଜେଡି

ଝାରସୁଗୁଡା: 2024 ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ଦଳମାନଙ୍କ କସରତ ଆରମ୍ଭ ହୋଇଗଲାଣି । ବିଭିନ୍ନ ମୁଦ୍ଦା ନେଇ ପରସ୍ପରକୁ ଟାର୍ଗେଟ କରିବାରେ ବ୍ୟସ୍ତ ରାଜନେତା । ବିଭିନ୍ନ ସଭାସମିତିରେ ଆଲୋଚନା ସମାଲୋଚନା ଜୋରଦାର ରହିଛି । ଏହିକ୍ରମରେ ଆଜି ଝାରସୁଗୁଡାରେ ପ୍ରେସମିଟ ଡାକି ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ ।

ବିଭିନ୍ନ ପ୍ରସଙ୍ଗ ନେଇ ଝାରସୁଗୁଡା ବିଧାୟିକାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ଝାରସୁଗୁଡା ଉପନିର୍ବାଚନ ପରେ ପ୍ରଥମ ଥର ପାଇଁ ବିଧାନସଭା ମୌସୁମୀ ଅଧିବେଶନ ବସିଛି। ଏହି ଅଧିବେଶନରେ ନିଜ ବାପା ତଥା ଝାରସୁଗୁଡା ପୂର୍ବତନ ବିଧାୟକ ସ୍ୱର୍ଗତଃ ନବ କିଶୋର ଦାସଙ୍କର ହତ୍ୟାକାଣ୍ଡର ପର୍ଦ୍ଦାଫାସ ପାଇଁ ସିବିଆଇ ତଦନ୍ତ ଦାବି କରିବେ ନା କ୍ଷମତା ଓ ଅର୍ଥ ଲୋଭରେ ଚୁପ ରହିଯିବେ ବୋଲି ଦୀପାଳି ଦାସଙ୍କୁ ପ୍ରଶ୍ନ କରିଛନ୍ତି ଟଙ୍କଧର ତ୍ରିପାଠୀ ।

ସେ ଆଉ ମଧ୍ୟ କହିଛନ୍ତି ଯେ, ଝାରସୁଗୁଡା ମଙ୍ଗଳବଜାର ହସ୍ପିଟାଲର କାମ କେବେ ସମ୍ପୂର୍ଣ୍ଣ ହେବ, କେବେ ଝାରସୁଗୁଡାରେ କଲେଜ କେବେ ପ୍ରତିଷ୍ଠା ହେବ, କେବେ ଝାରସୁଗୁଡାର ଯୁବକ ମାନେ ରୋଜଗାର ପାଇବେ, ଝାରସୁଗୁଡ଼ାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବେ ଡାକ୍ତର ପୂର୍ଣ୍ଣ ଭାବରେ ଆସିବେ ଏନେଇ ବିଧାନସଭାରେ ପ୍ରଶ୍ନ ରଖିବେ ଭଳି ପ୍ରଶ୍ନ କରି ଦୀପାଳିଙ୍କୁ ଟାର୍ଗେଟ କରିଛନ୍ତି ଟଙ୍କଧର ତ୍ରିପାଠୀ । ଝାରସୁଗୁଡାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର କହି ଦିନରେ ଲଣ୍ଠନ ଦେଖାଉଥିବା କହି ଦୀପାଳିଙ୍କୁ ଟାର୍ଗେଟ କରିଛନ୍ତି ଟଙ୍କଧର ।

ତେବେ ଝାରସୁଗୁଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଧାୟିକାଙ୍କ ଉପରେ ବର୍ଷିଥିଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ଟଙ୍କଧରଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ବିମଳେନ୍ଦୁ ଭୋଲ, ପ୍ରେମସେନ୍ ରାୟ ,ସୁନିଲ ପଣ୍ଡା ଓ ଦିଲେଶ୍ୱର୍ ରାଓ, ଲଳିତ ମଗର ପ୍ରମୁଖ ଯୋଗଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. Assembly Monsoon Session: ଦିବଙ୍ଗତ ନେତା ଓ ଶହୀଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ, ୫ଟା ଯାଏଁ ଗୃହ ମୁଲତବୀ

ଏହାମଧ୍ୟ ପଢନ୍ତୁ.. ମୌସୁମୀ ଅଧିବେଶନ: ବିଜେପି ବିଧାୟକ ଦଳ ବୈଠକ, ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ

ସୂଚନାଯୋଗ୍ୟ, ଝାରସୁଗୁଡାର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଅବସ୍ଥାରେ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଜେଲରେ ଥିବା ବେଳେ ବ୍ୟକ୍ତିଗତ ଆକ୍ରୋଷରୁ ନବ ଦାସଙ୍କୁ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁୁ କୁହାଯାଇଛି । କିନ୍ତୁ ଏହାକୁ ନେଇ ରାଜନୀତି ଜୋର ଧରିଛି । ରାଜନୈତିକ ଆକ୍ରୋଶରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ଓ କଂଗ୍ରେସ । ନବ ଦାସ ହତ୍ୟା ଘଟଣାର ତଦନ୍ତ ସିବିଆଇ କରୁ ବୋଲି ଦାବି କରିଛି ବିଜେପି ।

ଝାରସୁଗୁଡା, ଇଟିଭି ଭାରତ

Last Updated : Sep 23, 2023, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.