ଝାରସୁଗୁଡା:ରାଜ୍ୟରେ ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର । ପ୍ରତିଦିନ ଶହ ଶହ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସରକାର ଓ ପ୍ରଶାସନ ଭିତ୍ତିଭୂମି ଅଭାବରୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ପାରୁ ନାହାଁନ୍ତି । ତେଣୁ ୯୦ ପ୍ରତିଶତରୁ ଅଧିକ ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନ ରହିବା ପାଇଁ ପରାମର୍ଶ ଦେଉଛନ୍ତି ।
ମାତ୍ର ଏ ସମୟରେ ଅନେକ ରୋଗୀଙ୍କ ଅମ୍ଳଜାନ ସ୍ତର କରିଯିବାରୁ ଗୁରୁତର ହେଉଥିବା କେତେକ ରୋଗୀଙ୍କର ଅକାଳ ବିୟୋଗ ମଧ୍ୟ ହେଉଛି। ଏମିତିରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଅମ୍ଳଜାନ ବ୍ୟାଙ୍କ କରାଯାଇଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ଅମ୍ଳଜାନ ସେବା ଆରମ୍ଭ ହୋଇଛି। ଝାରସୁଗୁଡାରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଏକ ଅମ୍ଳଜାନ ଭଣ୍ଡାର ଲୋକାର୍ପଣ କରାଯାଇଛି। ଏଥିରେ ବହୁସଂଖ୍ୟାରେ ଅମ୍ଳଜାନ ସିଲିଣ୍ଡର ଉପଲବ୍ଧ ରହିଛି। ଅମ୍ଲଜାନ ପାଇଁ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିପାରିବେ-
ନେତାଜୀ ପଟ୍ଟନାୟକ- 9437053234
ପ୍ରେମସେନ ରଏ- 9437409324
ପୁରୁଷତ୍ତୋମ ଥିରାନି- 9437960896
ବଲବିନ୍ଦର ସିଂ-9861032999
କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଜିଲ୍ଲା ସଭାପତି ମଙ୍ଗଳ ସାହୁ, ବରିଷ୍ଠ ନେତା ସୁନୀଲ ପଣ୍ଡା, ବିଜେପି ନଗର ସଭାପତି ନେତାଜୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡା ଜିଲ୍ଲାରେ ଟଙ୍କାଧର ତ୍ରିପାଠୀଙ୍କ ନେତୃତ୍ବରେ ଜିଲ୍ଲାରେ ରନ୍ଧାଖାଦ୍ୟ ବଣ୍ଟନ, ରାସନ ପ୍ରଦାନ, ଆକ୍ରାନ୍ତଙ୍କ ଘର ବିଶୋଧନ, ଅମ୍ଳଜାନ ସ୍ତର ଓ ତାପମାତ୍ରା ଯାଞ୍ଚ ଆଦି ସେବା ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସେବା ହିଁ ସଂଗଠନ ଆହ୍ବାନର ଅଂଶବିଶେଷ ସ୍ଵରୂପ ବିଜେପିର ଏହି କାର୍ଯ୍ୟକୁ ସାଧାରଣରେ ସ୍ଵାଗତ କରାଯାଇଛି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ