ETV Bharat / state

ବିଜେପିର ସଙ୍ଗୀନ ଅଭଯୋଗ: ପ୍ରାର୍ଥୀଙ୍କୁ ଧମକାଉଛି BJD !

author img

By

Published : Mar 12, 2022, 10:46 PM IST

ଝାରସୁଗୁଡା ବିଜେପି ଆଣିଛି ବିଜେଡି ନାଁରେ ସାଙ୍ଘାତିକ ଅଭିଯୋଗ । ବିଜେପିର ପ୍ରାର୍ଥୀମାନଙ୍କୁ ବିଜେଡି ଅର୍ଥ ବଳରେ କିଣିବାକୁ ଚେଷ୍ଟା କରିବା ସହ ନମାନିଲେ ଧମକ ଚମକ ଦେଉଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ

ବିଜେଡି ବିରୁଦ୍ଧରେ ସାଙ୍ଘାତି ଅଭିଯୋଗ ଆଣିଲା ବିଜେପି: ବିଜେପି ପ୍ରାର୍ଥୀଙ୍କୁ ଧମକ ଦିଆଯାଇଛି

ଝାରସୁଗୁଡ଼ା: ଆଗକୁ ପୌର ନିର୍ବାଚନ । ଏଥିରେ ବାଜି ମାରିବା ପାଇଁ ସମସ୍ତ ରାଜନୈତିକ ଦଳ କସରତ ଆରମ୍ଭ କଲେଣି । ତେବେ ଏହା ଭିତରେ ଝାରସୁଗୁଡା ବିଜେପି ଆଣିଛି ବିଜେଡି ନାଁରେ ସାଙ୍ଘାତିକ ଅଭିଯୋଗ । ବିଜେପିର ପ୍ରାର୍ଥୀମାନଙ୍କୁ ବିଜେଡି ଅର୍ଥ ବଳରେ କିଣିବାକୁ ଚେଷ୍ଟା କରିବା ସହ ନମାନିଲେ ଧମକ ଚମକ ଦେଉଥିବା ବିଜେପି ଅଭିଯୋଗ କରିଛି ।

ବିଜେପି ପାର୍ଥୀଙ୍କ ପରିବାର ଲୋକଙ୍କୁ ମଧ୍ୟ ବିଜେଡି ଧମକ ଦେଉଥିବା ବିଜେପି ଅଭିଯୋଗ ଆଣଛି । ଝାରସୁଗୁଡାରେ ଏକ ସମ୍ବାଦିକ ସମ୍ମିଳନୀରେ ବିଜେପି ଏହିପରି ଅଭିଯୋଗ ଆଣିବାସହ କୌଣସି ଚାପ, ପ୍ରଲୋଭନ ବିନା ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରାଯାଉ ବୋଲି ଦାବି କରିଛି । ଅନପଟେ ଆଜି(ଶନିବାର) ବିଜେପିର କାଉନସିଲର ପ୍ରାର୍ଥୀ ମମତା ଦୀପ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା ବିଜେଡି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବିଜେପି ବିଜେଡି ବିରୋଧରେ ଆଣିଥିବା ଧମକ ଚମକ ଓ ଅର୍ଥ ପ୍ରଲୋଭନ ଅଭିଯୋକୁ ବିଜେଡି ସମ୍ପୂର୍ଣ୍ଣ ମିଛ ବୋଲି କହିଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.