ଝାରସୁଗୁଡା: ଜିଲ୍ଲାରେ ବିଜେଡି ଯୁବ ଓ ଛାତ୍ର ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଯୋଗଦେଇଥିଲେ । ଏହାସହ ଝାରସୁଗୁଡା ବିଧାୟକ ନବ କିଶୋର ଦାସ , ଜିଲ୍ଲା ସଭାପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଉଦବୋଧନ ଦେଇଥିଲେ ।
ଏହି ନେତୃତ୍ବ ସମ୍ମିଳନୀରେ ଜିଲ୍ଲାର ୫ଟି ବ୍ଳକ ଓ ୩ଟି ପୌରପରିଷଦରୁ ଯୋଗଦେଇଥିବା ସଭାପତି ଅଭିଭାଷଣ ଦେଇଥିଲେ । ଆଜିର ଯୁଗରେ ବ୍ୟାପକ ଭାବେ ବ୍ୟବହାର ହେଉଥିବା ସାମାଜିକ ଗଣମାଧ୍ୟମରେ ହେଉଥିବା ଭୁଲପ୍ରଚାରକୁ ଆଖି ବନ୍ଦ କରି ବିଶ୍ବାସ ନକରି ତାର ତର୍ଜମା କରି ସଠିକ ଜବାବ ଦେବା । ଯୁବ ଓ ଛାତ୍ର ନେତାମାନେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ ଲଢ଼େଇ କଲେ ଦଳ ସମସ୍ତ ପଦପଦବୀ ହାସଲ କରିବା । ଜିଲ୍ଲାରେ କଳକାରଖାନା ଓ ଖଣି ଖାଦାନ ରହିଥିବା ସତ୍ବ ଜିଲ୍ଲାର ଶିକ୍ଷିତ ଅଧିକାଂଶ ଯୁବକ ଯୁବତୀ ବେକାର ହୋଇ ରହିଛନ୍ତି । ବେକାରୀ ସମାସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଗଲେ ଦଳ ସୁଦୃଢ଼ ହୋଇ ପାରିବ ବୋଲି ନେତୃମଣ୍ଡଳୀ ଉଦବୋଧନ ଦେଇଥିଲେ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ