ETV Bharat / state

ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦ, BJDର ବିକ୍ଷୋଭ - ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦ

ରନ୍ଧନ ଗ୍ୟାସ(gas cylinder)ର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦ । ବିଜେଡି ପକ୍ଷରୁ ବିକ୍ଷୋଭ । ଅଧିକ ପଢନ୍ତୁ

ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦ BJDର ବିକ୍ଷୋଭ

author img

By

Published : Nov 24, 2021, 8:30 PM IST

ଝାରସୁଗୁଡା : ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଜିଲ୍ଲା ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ପ୍ରଶାନ୍ତ ଜେନା , ଛାତ୍ର ବିଜେଡି ସଭାପତି ପଲାଶ କର୍ମକାର ଓ ବିଜୁ ମହିଳା ଜନତା ଦଳ ସଭାପତି ଜୟକୁମାରୀ ପଟେଲଙ୍କ ନେତୃତ୍ୱରେ ବହୁ ମହିଳା କର୍ମୀ ଝାରସୁଗୁଡା ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିରୋଧ କରିଥିଲେ l

ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦ BJDର ବିକ୍ଷୋଭ

ଦରବୃଦ୍ଧି କାରଣରୁ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଲୋକ ବହୁ ହଇରାଣର ଶିକାର ହେଉଛନ୍ତି । ସେମାନଙ୍କ ବଜେଟ ବିଗିଡି ଯାଉଛି । ଅନ୍ୟପଟେ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନାଁରେ ଲୋକଙ୍କୁ ମାଗଣାରେ ଗ୍ୟାସ ପ୍ରଦାନ କରି ଲୁଟ କରି ଚାଲିଛନ୍ତି । ରନ୍ଧନ ଗ୍ୟାସର ଦାମ ମୋଦି ସରକାର ୭୫ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହା ଫଳରେ ଗରିବ ଲୋକମାନେ ଚିନ୍ତାରେ ପଡିଛନ୍ତି । ସେମାନେ ପୁଣି ସେଇ ଚୁଲିକୁ ଫେରିଲେଣି ବୋଲି ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ଏପରି ଶୋଷଣ ନୀତିକୁ ବିରୋଧ କରାଯାଇଛି । ଏନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଝାରସୁଗୁଡା ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.