ETV Bharat / state

ULB Poll: ଝାରସୁଗୁଡ଼ାରେ ଉପାଧ୍ୟକ୍ଷ ପଦ ବାଜି ମାରିଲା ବିଜେଡି

ପୋୖର ପରିଷଦରେ ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏହିକ୍ରମରେ ଜିଲ୍ଲାର ତିନୋଟି ପୌର ପରିଷଦ ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ULB Poll: ଝାରସୁଗୁଡ଼ାରେ ଉପାଧ୍ୟକ୍ଷ ପଦ ବାଜି ମାରିଲା ବିଜେଡି
ULB Poll: ଝାରସୁଗୁଡ଼ାରେ ଉପାଧ୍ୟକ୍ଷ ପଦ ବାଜି ମାରିଲା ବିଜେଡି
author img

By

Published : Apr 7, 2022, 5:42 PM IST

ଝାରସୁଗୁଡ଼ା: ପୌର ପରିଷଦରେ ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏହିକ୍ରମରେ ଜିଲ୍ଲାର ତିନୋଟି ପୌର ପରିଷଦ ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯାଇଥିଲା । ୧୧ଟାରୁ ୧୨ ମଧ୍ୟରେ ସ୍କୃଟିନି କରାଯାଇ ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିଥିଲେ ।

ULB Poll: ଝାରସୁଗୁଡ଼ାରେ ଉପାଧ୍ୟକ୍ଷ ପଦ ବାଜି ମାରିଲା ବିଜେଡି

ଝାରସୁଗୁଡ଼ାର 3ଟି ପୌର ପରିଷଦର ଉପାଧ୍ୟକ୍ଷ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଝାରସୁଗୁଡା ପୌର ପରିଷଦର ଉପାଧ୍ୟକ୍ଷ ଭାବେ ବେଣୁଗୋପାଳ ପାଣିଗ୍ରାହୀ ନିର୍ବାଚତ ହୋଇଥିବାବେଳେ, ବ୍ରଜରାଜନଗର ପୌର ପରିଷଦର ଉପାଧ୍ୟକ୍ଷ ଭାବେ ଗୋପାଳ ସିତାନି ଏବଂ ବେଲପାହାଡ଼ର ଉପାଧ୍ୟକ୍ଷ ଭାବେ ରୀନା ସୁନା ନିର୍ବାଚତ ହୋଇଛନ୍ତି । ଜିଲ୍ଲାରେ ପୌର ନିର୍ବାଚନରେ ତିନିଟି ପୌର ପରିଷଦରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି ।

ଏହାକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ କହିଛନ୍ତି ଯେ, "ବିଜେଡି ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କ ଆସ୍ଥା ରହିଛି । ଆଗାମୀ ଦିନରେ ଝାରସୁଗୁଡା ଜିଲ୍ଲାକୁ କେମିତି ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ଗଠନ କରିବୁ, ଏହା ନେଇ ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ।"

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.