ଝାରସୁଗୁଡା: ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ବିଜେଡିର ତୁଳାବତୀ ମିଞ୍ଜ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାରେ ଥିବା ୯ଟି ଜିଲ୍ଲାପରିଷଦ ଜୋନରୁ ବିଜେଡି ୯ଟି ଯାକ ଜୋନରେ ବିଜୟ ହାସଲ କରିଥିଲା । ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲଇକେରା ବ୍ଲକ ୧ ନମ୍ବର ଜୋନରୁ ବିଜୟୀ ହୋଇଥିବା ତୁଳାବତୀ ମିଞ୍ଜ ଜଣେ ମାତ୍ର ଅଧ୍ୟକ୍ଷା ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ପରେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ଠାରେ ଠିକଭାବେ କିପରି ପହଞ୍ଚିବ ସେଥିପ୍ରତି କାର୍ଯ୍ୟ କରିବା ଶହ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ବିଜୟକୁ ନେଇ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟମନ୍ତ୍ରୀ ଓ ବିଜେଡି କର୍ମକର୍ତ୍ତା ସହିତ ଜନ ସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି l
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ