ETV Bharat / state

Jharsuguda By Poll: ବିଜେଡିର ଜୋରଦାର ତୟାରୀ, ପ୍ରସ୍ତୁତି ଓ ପ୍ରଚାରରେ ବହୁ ଆଗରେ ଶାସକ ଦଳ

author img

By

Published : Apr 12, 2023, 9:35 PM IST

ଗତକାଲି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର କୁଲାବିରା ଓ କିର୍ମିରାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରି ଗୋଟିଏ ପ୍ରକାରର ପ୍ରଚାର ଆରମ୍ଭ କରିଛି ବିଜେଡି । କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିବା ପରେ ମଧ୍ୟ କଂଗ୍ରେସ ଶିବିରରେ କୌଣସି ପ୍ରକାରର ହଲଚଲ ଏପର୍ଯ୍ୟନ୍ତ ଦେଖିବାକୁ ମିଳୁନାହିଁ। ଆଜି ବିଜେଡି ଝାରସୁଗୁଡ଼ା ବ୍ଳକର ତୁମ୍ବେକେଲା ଠାରେ ବିଜେଡି ପକ୍ଷରୁ ଆଉ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

Jharsuguda By Poll: ବିଜେଡିର କର୍ମୀ ସମ୍ମିଳନୀ ଯୋରଦାର

ଝାରସୁଗୁଡା: ଉପନିର୍ବାଚନ ପାଇଁ ସରଗରମ ଜିଲ୍ଲା ରାଜନୀତି । ପ୍ରସ୍ତୁତି, ପ୍ରଚାରରେ ବହୁ ଆଗରେ ରହିଛି ଶାସକ ବିଜୁ ଜନତା ଦଳ । ବିଦ୍ଧିବଧ ଭାବେ ପ୍ରଚାର ଆରମ୍ଭ ହୋଇନଥିଲେ ବି ଦଳ କର୍ମୀ ସମ୍ମିଳନୀ ଆଳରେ ପୁରା ଝାରସୁଗୁଡାରେ ଶକ୍ତିବୃଦ୍ଧି କରିବାରେ ଲାଗିଛି । ପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରି ବରିଷ୍ଠ ନେତା ମାନେ କର୍ମୀଙ୍କ ଜୋଶ ବଢାଉଛନ୍ତି । ଆସନ୍ତା 18 ରେ ଦଳୀୟ ପ୍ରାର୍ଥିନୀ ଦିପାଳୀ ଦାସ ନାମାଙ୍କନ ଦାଖଲ କରିବେ । ଏହାପରେ ବିଜେଡିର ଜମିବ ପ୍ରଚାର ।

ଏନେଇ ବିଜେଡିର ବରିଷ୍ଠ ନେତା ମାନେ କହିଛନ୍ତି ବିଜେଡି ପ୍ରାର୍ଥୀନି ରେକର୍ଡ ବ୍ୟବଧାନରେ ବିଜୀୟ ହେବେ । କାରଣ ନବୀନଙ୍କ ଲୋକପ୍ରିୟତା, ନବଦାସଙ୍କ ପ୍ରତି ଭଲ ପାଇବା ଲୋକଙ୍କ ମନରେ ରହିଛି । ବିରୋଧୀ ନିର୍ବାଚନ ଲଢିବେ କଣ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇନାହାଁନ୍ତି ବୋଲି ବିଜେଡି ନେତା କଟାକ୍ଷ କରିଛନ୍ତି ।

ଗତକାଲି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର କୁଲାବିରା ଓ କିର୍ମିରାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରି ଗୋଟିଏ ପ୍ରକାରର ପ୍ରଚାର ଆରମ୍ଭ କରିଛି ବିଜେଡି । କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିବା ପରେ ମଧ୍ୟ କଂଗ୍ରେସ ଶିବିରରେ କୌଣସି ପ୍ରକାରର ହଲଚଲ ଏପର୍ଯ୍ୟନ୍ତ ଦେଖିବାକୁ ମିଳୁନାହିଁ। ଆଜି ବିଜେଡି ଝାରସୁଗୁଡ଼ା ବ୍ଳକର ତୁମ୍ବେକେଲା ଠାରେ ବିଜେଡି ପକ୍ଷରୁ ଆଉ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ଝାରସୁଗୁଡାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ଵେ ହଜାର ହାଜର କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ। ଚଳିତ ବର୍ଷ ଝାରସୁଗୁଡ଼ାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ପ୍ରଚାର ସମୟରେ ବିଜେଡି ସଭା ସମିତି କରି ଘର କୁ ଘର ଯାଇ ଭୋଟ ମାଗିବ । ତେବେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ପ୍ରଚାର କରାଯିବ ବୋଲି ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ କହିଛନ୍ତି । ଏହି କର୍ମୀ ସମ୍ମିଳନୀରେ ଝାରସୁଗୁଡା ଦୁଇ ପର୍ଯ୍ୟବେକ୍ଷକ ଶାରଦା ନାୟକ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ପଦ୍ମନାଭ ବେହେରା ଓ ପ୍ରାର୍ଥୀନୀ ଦୀପାଲି ଦାସ ଓ ତାଙ୍କ ଭାଇ ବିଶାଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା ମେ 10 ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । 13 ରେ ଭୋଟ ଗଣତି ହେବ । ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

ଇଟିଭି ଭାରତ, ଝାରସଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.