ETV Bharat / state

ବିଜୁ ଏକ୍ସପ୍ରେସ ୱେ ପାଲଟିଛି ମରଣଯନ୍ତା, ବେଫିକର ପ୍ରଶାସନ - regularly accident on biju express way

ବିଜୁ ଏକପ୍ରେସୱେ ରାସ୍ତା ଯାତ୍ରୀଙ୍କ ପାଇଁ ଏବେ ପାଲଟିଛି ଅଭିଶାପ । ଏହି ରାସ୍ତାରେ ଘଟୁଛି ବାରମ୍ବାର ଦୁର୍ଘଟଣା । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ । ବାରମ୍ବାର ଓଭରବ୍ରିଜ ଟିଏ ନିର୍ମାଣ ଦାବି ହେବା ସତ୍ତ୍ବେ ପ୍ରଶାସନର ନିଘା ନାହିଁ ।

BIJU EXPRESS WAY
BIJU EXPRESS WAY
author img

By

Published : Dec 3, 2019, 12:36 PM IST

ଝାରସୁଗୁଡା: ଲୋକଙ୍କୁ ଯାତାୟତରେ ସୁବିଧା ହେବା ପାଇଁ ନିର୍ମାଣ ହୋଇଛି ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ଲୋକଙ୍କୁ ସୁବିଧା ଦେବା ସହ ପାଲଟିଛି ମରଣଯନ୍ତ୍ରା । ରାସ୍ତା ନିର୍ମାଣ ହେବା ପର ଠୁ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି । ପୋଲିସ ପକ୍ଷରୁ ଟ୍ରାଫିକ ପୋଲିସ ଓ ସିସିଟିଭି ଥିବା ସତ୍ତ୍ବେ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି ।

ବିଜୁ ଏକ୍ସପ୍ରେସ ୱେ ପାଲଟିଛି ମରଣଯନ୍ତ୍ରା, ବେଫିକର ପ୍ରଶାସନ

ଏ ହେଉଛି ଝାରସୁଗୁଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଓ ସମ୍ବଲପୁର ରାଉଲକେଲା ବିଜୁ ଏକ୍ସପ୍ରେସୱର ମିଶ୍ରଣ ସ୍ଥଳ । ରାସ୍ତାଟି କେବଳ ଜିଲ୍ଲା ନୁହେଁ ବରଂ ପଡୋଶୀ ରାଜ୍ୟ ସହ ଯୋଗାଯୋଗର ପ୍ରମୁଖ ମାଧ୍ୟମ । ହେଲେ ଏହି ରାସ୍ତା ଲୋକଙ୍କ ପାଇଁ ବରଦାନ ପରିବର୍ତ୍ତେ ଅଭିଶାପ ପାଲିଟିଛି । ଏହି ରାସ୍ତା ଯୋଗୁଁ ଅକାଳରେ ଅନେକ ଜୀବନ ଦୀପ ଲିଭି ଯାଉଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ଏପଟେ ବାରମ୍ବାର ଦୁର୍ଘଟଣା ଓ ଟ୍ରାଫିକ ଜାମ ଦ୍ବିଗୁଣିତ କରିଛି ଲୋକଙ୍କ ଚିନ୍ତା ଓ ଅସନ୍ତୋଷ ।

ବିଜୁ ଏକ୍ସପ୍ରେସ ୱେ ଦେଇ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭାରୀଯାନ ଯାତାୟତ କରେ । ହେଲେ ଏ ବ୍ୟସ୍ତ ବହୁଳ ରାସ୍ତାରେ ଓଭରବ୍ରିଜ ଟିଏ ନଥିବାରୁ ଅନେକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବେପରୁଆ ଗାଡି ଚାଳନା ଯୋଗୁଁ ନିକଟରେ 3 ଜଣଙ୍କ ପ୍ରାଣ ଯାଇଥିବାବେଳେ ଏଭିତରେ 15ରୁ ଊର୍ଦ୍ଧ୍ବ ଦୁର୍ଘଟଣା ଘଟିସାରିଛି । ଏନେଇ ଜିଲ୍ଲାପାଳଙ୍କୁ ପଚରାଯିବାରୁ, ସାମୂହିକ ଭାବେ ଯାହା ପଦକ୍ଷେପ ନିଆଯାଇପାରିବ ସେ ତାହା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ବିଜୁ ଏକପ୍ରେସୱେ ରାସ୍ତା ଯାତ୍ରୀଙ୍କ ପାଇଁ ଏବେ ପାଲଟିଛି ଅଭିଶାପ, ଏହି ରାସ୍ତାରେ ଘଟୁଛି ବାରମ୍ବାର ଦୁର୍ଘଟଣା ଚିନ୍ତାରେ ଯାତ୍ରୀ
ଏ ହେଉଛି ପ୍ରସନ୍ନ ପଣ୍ଡା ଛକ ଝାରସୁଗୁଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଓ ସମ୍ବଲପୁର ରାଉଲକେଲା ବିଜୁ ଏକ୍ସପ୍ରେସୱ ର ମିଶ୍ରଣ ସ୍ତଳ । ଏହି ଛକ ଯାତ୍ରୀଙ୍କ ପାଇଁ ଏବେ ପାଲଟିଛି ଅଭିଶାପ । ବାରମ୍ବାର ଦୁର୍ଘଟଣା ହେବାସହ ଟ୍ରାଫିକ ଜାମ ଯାତ୍ରୀଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରତିଦିନ ପ୍ରସନ୍ନ ପଣ୍ଡା ଛକରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ପୋଲିସ ପକ୍ଷରୁ ଟ୍ରାଫିକ ପୋଲିସ ସହ ସିସିଟିଭି ବ୍ୟବସ୍ଥା ଥିବା ସ୍ଵତୟେ ଏହି ଛକ ରାସ୍ତା ଦେଇ ସାଧାରଣ ଲୋକେ ଦିନରେ ବି ଯିବା ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଏହା ସହିତ ଅନେକ ସମୟରେ ପ୍ରସନ୍ନ ପଣ୍ଡା ଛକରେ ଆମ୍ବୁଲାନ୍ସ ଓ ସ୍କୁଲ ଗାଡି ଫସି ରହୁଥିବା ଅଭିଯୋଗ ହୋଇଥାଏ ।
Body:ଏହି ଛକରେ ଛୋଟବଡ ଗାଡି ସମ୍ବଲପୁର , ଦେବଗଡ , ରାଉଲକେଲା ସହିତ ଛତିଶଗଡ ରାଜ୍ୟର ରାୟଗଡ ଯିବାକୁ ଏକ ମୁଖ୍ୟ ରାସ୍ତା । ଝାରସୁଗୁଡା ଜିଲାରେ ଥିବା କୋଇଲାଖଣି ଓ ଶିଳ୍ପ କାରଖାନା ଯୋଗୁ ଏହି ରାସ୍ତାରେ ଏବେ ବହୁ ସଖ୍ୟରେ ଭରିଜନ ଯାତାୟାତ କରିଥାଏ । ଫଳରେ ବିଭିନ୍ନ କାରଣରୁ ଭାରିଜନର ଚପରେ ଲୋକଙ୍କ ମୂଲ୍ୟବାନ ଜୀବନ ଅକାରଣରେ ଚାଲିଯାଉଛି । ଗତ କିଛି ଦିନ ଭିତରେ ଏହି ପ୍ରସନ୍ନ ପଣ୍ଡାଛକରେ ୩ ଜଣକ ଜୀବନ ଯିବାର ଖବରରହିଛି । ଗତ ୧୯ ତାରିଖରେ ଦୁଇଜଣ ହାଇସ୍କୁଲ ଛାତ୍ରୀ ସାଇକେଲରେ ଛକଦେଇ ଘରକୁ ଫେରୁଥିବା ବେଳେ ସ୍ଵପ୍ନା ଜେନା ଟ୍ରକ ଚାପାରେ ମୃତ୍ୟୁ କରିଥିବାବେଳେ ୨୩ ତାରିଖରେ ଭଦ୍ରକଜିଲ୍ଲାର ଯୁବକ ଆଶୁତୋଷ ବେହେରା ଟ୍ରକ ଚାପରେ ମୃତ୍ୟୁ କରିଥେଲେ ପ୍ରସନ୍ନ ପଣ୍ଡାଛକରେ ବାରମ୍ବାର ଦୁର୍ଘଟଣା ହେବାରୁ ଦୁର୍ଘଟଣା ଏଡାଇବା ପାଇ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିବାରୁ ଛକରେ ରମ୍ବଲର ନିର୍ମାଣ କରଯାଇଥିଲା ତଥାବି ଭାରିଜନର ଚାଳକ ମାନେ ଏହାକୁ ମାନିଲେ ନାହି ଫଳରେ ପୁଣି କିଛି ଦିନ ଭିତରେ ଝାରସୁଗୁଡା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିକ୍ଷୟତ୍ରୀ ଥିବା ଜ୍ୟୋଷ୍ଣରାନୀ ସୁତାର ସ୍କୁଲ କାମସାରି ଘରକୁ ଫେରୁଥିବା ବେଳେ ସମାନ ସ୍ଥିତିରେ ଟ୍ରକ ଧକ୍କାରେ ମୂଲ୍ୟବାନ ଜୀବନ ଚାଲିଗଲା । ଏହି ଛକରେ ପୂର୍ବରୁ ୧୫ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ସୂଚନା ରହିଛି ।
Conclusion:ଝାରସୁଗୁଡା ଦେଇଯାଇଥିବା ବିଜୁ ଏକ୍ସପ୍ରେସୱ ନିର୍ମାଣ ସମୟରେ ଏହି ରାସ୍ତା ନିର୍ମାଣ କାମ କରୁଥିବା ସଂସ୍ଥା ଏଲ ଆଣ୍ଡ ଟି ଇଂଜିନିଯରିଂ ସଂସ୍ଥା ଏହି ଛକରେ ଓଭର ବ୍ରିଜ ନିର୍ମାଣ କରିବାଥିଲା କିନ୍ତୁ କେଉକାରଣରୁ ଏହି ଛକରେ ଓଭରବ୍ରିଜ ନିର୍ମାଣ କରାଗଲା ନାହି ତାହା ଏବେ ବଡ ପ୍ରସନ୍ନବାଚୀ ସୃଷ୍ଟି ହେଉଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ।

[NB:- CCTV Live ଭିଯୁଆଲ ଦୁଇଟି ଦୁର୍ଘଟଣାର ମିଶିଛି ]

ବାଇଟ1 :- ଦୀପ୍ତି କିଶାନ , ଛାତ୍ରୀ
ବାଇଟ2 :- ଗୁରୁଦେବ ଜେନା , ମୃତ ଛାତ୍ରୀଙ୍କ ସମ୍ପର୍କୀୟ
ବାଇଟ3 :- ହିରାଲାଲ ଲୋକଚାନ୍ଦନୀ , ସଭାପତି , ଚେମ୍ବର ଅଫ କମର୍ଶ , ଝାରସୁଗୁଡା
ବାଇଟ4 :- ମୋହନଚନ୍ଦ୍ର ଭୋଳ , ସ୍ଥାନୀୟ ବାସିନ୍ଦା
ବାଇଟ5 :- ସରୋଜ ସାମଲ , ଜିଲ୍ଲାପାଳ , ଝାରସୁଗୁଡା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.