ଝାରସୁଗୁଡା: ଗତ ସେପ୍ଟେମ୍ବର 4 ତାରିଖରେ ସ୍ଥାନୀୟ ଗୁମଡେରା ସ୍ଥିତ ଆକ୍ସିସ ବ୍ୟାଙ୍କ ଲୁଟ ଘଟଣାରେ ଜିଲ୍ଲା ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ।
ଆକ୍ସିସ ବ୍ୟାଙ୍କ ଡକାୟତି ଘଟଣାର ସମୁଦାୟ 7 ଜଣ ଜଡିତ ଥିଲେ । ପୂର୍ବରୁ ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲେ । ବ୍ୟାଙ୍କ ଡକାୟତି ଘଟଣାର ବର୍ତ୍ତମାନ ସୁଦ୍ଧା 3 ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ 4 ଜଣ ଫେରାର ଅଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ