ETV Bharat / state

ଅସାମାଜିକ ଯୁବକଙ୍କ ଉନ୍ମତକାଣ୍ଡ, କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଦିବାଦ - ଗୁଣ୍ଡାରାଜ

ଝାରସୁଗୁଡା ବନ୍ଧବାହାଲରେ ଗୁଣ୍ଡାରାଜ ଚଳାଇଛନ୍ତି କିଛି ଅସାମାଜିକ ବ୍ୟକ୍ତି । ବିନା କୌଣସି କାରଣରେ ସାଧାରଣ ଲୋକଙ୍କୁ ଆକ୍ରମଣ କରୁଥିବାବେଳେ ଅଞ୍ଚଳରୁ ଏହି ଯୁବକଙ୍କୁ ହଟାଇବାକୁ ଦାବି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Aug 17, 2019, 5:14 PM IST

ଝାରସୁଗୁଡା: ଅସାମାଜିକ ଯୁବକଙ୍କ ଉନ୍ମତ୍ତକାଣ୍ଡ ନେଇ ବନ୍ଧବାହାଲରେ ଉତ୍ତେଜନା । ବାରମ୍ବାର ଏହି ଅସାମାଜିକମାନେ ସାଧାରଣ ଲୋକଙ୍କୁ ଅତର୍କିତ ଆକ୍ରମଣ କରୁଥିବାରୁ ଅଞ୍ଚଳରୁ ସେମାନଙ୍କୁ ବାହାର କରିବାକୁ ଦାବି ହୋଇଛି । ଏଥିସହ ଶୁକ୍ରବାର ବନ୍ଧବାହାଲ ଫାଣ୍ଡି ସମ୍ମୁଖରେ ଘେରାଉ କରିବା ସହ 3 ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାଯୋଗ୍ୟ, ବନ୍ଧବାହାଲ ସମଲେଇ ମନ୍ଦିର-ସରଣ୍ଡୋମାଲ ରାସ୍ତା ନିକଟରେ ରହୁଥିବା କିଛି ଅସାମାଜିକ ବ୍ୟକ୍ତି ଛର୍ଲା ଗାଁର 2ଜଣ ଯୁବକଙ୍କୁ ଅତର୍କିତ ଆକ୍ରମଣ କରିବା ସହ ମାରପିଟ କରିଥିଲେ । ଯେଉଁଥିରେ ଜଣେ ଯୁବକଙ୍କ ଗୋଡ ଭାଙ୍ଗି ଯାଇଥିବାବେଳେ ଗୁରୁତର ଅବସ୍ଥାରେ ଯୁବକ ଜଣକ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି ।

ତେବେ ପୂର୍ବରୁ ଫଟା ଗାଁର କିଛି ଯୁବକ କାମ ସାରି ଫେରୁଥିବାବେଳେ ସେମାନଙ୍କ ଉପରକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ତେବେ ଅତର୍କିତ ଭାବେ ଆକ୍ରମଣ କରୁଥିବା ଅସାମାଜିକ ବ୍ୟକ୍ତି ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାବେଳେ ଅନେକ ଥର ଜେଲ ଯାଇ ବେଲରେ ଆସି ପୁଣି ଏଭଳି କାଣ୍ଡ ବାରମ୍ବାର ଘଟାଉଛନ୍ତି । ସେପଟେ 3ଶହରୁ ଊର୍ଦ୍ଧ୍ବ ଅସାମାଜିକ ଯୁବକଙ୍କୁ ପୋଲିସ ଧରିବା ସହ ବନ୍ଧବାହାଲ ଫାଣ୍ଡିରେ ଅଟକ ରଖିଛି ।

ପ୍ରକାଶ ଯେ, ଗତ ଫେବୃଆରୀରେ ମଧ୍ୟ ଛର୍ଲା ଗାଁର ଶିବ ମନ୍ଦିରର ଭିନ୍ନକ୍ଷମ ପୂଜକଙ୍କୁ ମଧ୍ୟ ମାରପିଟ କରିଥିଲେ । ଏଥିରେ ଅତିଷ୍ଠ ହୋଇ ଶୁକ୍ରବାର ସ୍ଥାନୀୟଲୋକେ ବନ୍ଧବାହାଲ ଅଞ୍ଚଳରେ ଥିବା ମାଂସ ଦୋକାନକୁ ଭାଙ୍ଗିବା ସହ ପୋଡାଜଳା କରିଥିଲେ ।

ସେପଟେ, ଖବର ପାଇ ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଉପ-ଜିଲ୍ଲାପାଳ, ଲଖନପୁର ତହସିଲଦାର ସହ ଅତିରିକ୍ତ ଏସପି, ବ୍ରଜରାଜନଗର ଏସଡିପିଓ ପହଞ୍ଚ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଅଞ୍ଚଳରେ ଦୁଇ ଗୋଷ୍ଟି ମଧ୍ୟରେ ମାରପିଟକୁ କେନ୍ଦ୍ର କରି ଉତେଜନା ପ୍ରକାଶ ।

ବନ୍ଧବାହାଲ ସମଲେଇମନ୍ଦିର - ସରଣ୍ଡାମାଲ ରାସ୍ତା ନିକଟରେ ରହୁଥିବା କିଛି ଅସମାଜିକ ଯୁବକ ମିଶି ଛର୍ଲା ଗ୍ରାମର ଦୁଇ ଜଣ ଯୁବକଙ୍କୁ ଗତ 15 ତାରିଖ ରାତି ପ୍ରାୟ 9:30 ସମୟ ରେ ସରଣ୍ଡାମାଲ ରୁ ଫେରୁଥିବା ସମୟରେ ତାଙ୍କ ଉପରକୁ ରାସ୍ତା ଉପରେ ଅତର୍କିତ ଭାବେ ମାଡପିଟ କରିବା ସହ ରକ୍ତାକ୍ତ କରିଥିଲେ ଫଳରେ ଜଣଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ରେ ଭର୍ତ୍ତି ହୋଇଛନ୍ତି । ପୁଣି ୧୬ ତାରିଖ ସକାଳ ୧୦ ସମୟରେ ଫଟା ଗ୍ରାମର କିଛି ଯୁବକ କାମସାରି ସେହି ରାସ୍ତାରେ ଫେରୁଥିବା ସମୟରେ ସେମାନଙ୍କୁ ଉପରକୁ ସେହି ଅସାମାଜିକ ଯୁବକ ଅତର୍କିତ ଭାବେ ଆକ୍ରମଣ କରିବା ଘଟଣା ସମ୍ପର୍କ ରେ ସ୍ଥାନୀୟ ଲୋକେ ଜାଣିବାପରେ ବନ୍ଧବାହାଲ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିଲା ।

ଅତର୍କିତ ଭାବେ ଆକ୍ରମଣ କରୁଥୁବ ଅସମାଜିକ ଯୁବକ ମାନେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ବେଳେ ଅନେକ ଅସମାଜିକ କାର୍ଯ୍ୟକଳାପ ପାଇଁ ଜେଲ ମଧ୍ୟ ଯାଇଛନ୍ତି । ଅତର୍କିତ ଭାବେ ଆକ୍ରମଣ କରୁଥୁବ ଅସାମାଜିକ କମରେ ଲିପ୍ତ ଥିବା ସହ ଜେଲ ଯାଇ ବେଲ ରେ ଆସି ପୁଣି ଏଭଳି କାଣ୍ଡ ବାରମ୍ବାର ଘଟାଉ ଥିବା ପାଖାପାଖି 3 ରୁ ଉର୍ଦ୍ଧ ଅସାମାଜିକ ଯୁବକକୁ ପୋଲିସ ଧରିବା ସହ ବନ୍ଧବାହାଲ ଫାଣ୍ଡି ଅଟକ ରଖିଛି ।

ଗତ ଫେବୃୟାରି ମାସରେ ମଧ୍ୟ ଛର୍ଲା ଗ୍ରାମର ଭିନ୍ନକ୍ଷମ ଥିବା ଶିବମନ୍ଦିର ପୂଜକ ଙ୍କୁ ମଧ୍ୟ ମାଡପିଟ କରି ଉନ୍ମଥ କାଣ୍ଡ କରିଥିଲେ । ସେହି ଘଟଣାକୁ ନେଇ ସ୍ଥାନୀୟ ଯୁବକ ମାନେ ବନ୍ଧବାହାଲ ଅଞ୍ଚଳରେ ଥିବା ମାଂସ ଦୋକାନ ଗୁଡିକ ଭାଙ୍ଗିବା ସହ ପୋଡାଜଳା କରିଥିଲେ ଓ ବନ୍ଧବାହାଲ ଅଞ୍ଚଳରେ ବିକ୍ରି କରୁଥିବା ମାଂସ ଦୋକାନ ଗୁଡିକ ଦୀର୍ଘଦିନ ଧରି ବନ୍ଦ ରଖିଛନ୍ତି ।

ଅଞ୍ଚଳରୁ ଉକ୍ତ ଅସାମାଜିକ ଯୁବକଙ୍କୁ ବାହାର କରିବା ଦାବିରେ ସ୍ଥାନୀୟ ଲୋକମାନେ ଗତକାଲି ବନ୍ଧବାହାଲ ଫାଣ୍ଡି ସମୁଖ ରେ ଫାଣ୍ଡି ଘେରାଉ କରିବା ସହ ବନ୍ଧବାହାଲ- ବନହରପାଲି ରାସ୍ତା ୩ ଘଣ୍ଟା ଅବରୋଧ କରିଥିଲେ । ଘଟଣା ସ୍ଥଳ ରେ ଉତ୍ତେଜନା ଦେଖାଦେଇ ଥିବା ବେଳେ ପ୍ରଶାସନ ପକ୍ଷରୁ ଉପ-ଜିଲାପାଳ , ଲଖନପୁର ତହସିଲଦାର ସହ ଅତିରିକ୍ତ ଏସପି ,ବ୍ରଜରାଜନଗର ଏସଡିପିଓ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

byte1:- ସନ୍ତୋଷ ମହାନ୍ତି , ସ୍ଥାନୀୟବାସିନ୍ଦା
byte2:- ସନ୍ତୋଷ ବିଶ୍ୱାଳ , ସ୍ଥାନୀୟ ବାସିନ୍ଦା
byte3:- ଶିବଶଙ୍କର ଟପୋ , ଉପ ଜିଲ୍ଲାପାଳ
byte3:- ସୁଶୀଲ ପାଣିଗ୍ରାହୀ , ଅତିରିକ୍ତ ଏସପି Body:।।।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.