ETV Bharat / state

ଝାରସୁଗୁଡାରୁ ଉଡିଲା ଏଲାଏନ୍ସ ଏୟାର - Alliance Air resumes operations today from Jharsuguda

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡିଲା ଏଲାଏନ୍ସ ଏୟାର ବିମାନ । କୋଭିଡ୍‌‌ 19 ପାଇଁ ବିମାନ ସେବା ବନ୍ଦ ଥିବାବେଳେ ଆଜିଠାରୁ ଏଲାଏନ୍ସ ଏୟାର ବିମାନ ପୁଣି ସେବା ଆରମ୍ଭ କରିଛି ।

Jharsuguda air port
ଝାରସୁଗୁଡାରୁ ଉଡିଲା ଏଲାଏନ୍ସ ଏୟାର
author img

By

Published : Jun 1, 2020, 10:10 AM IST

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡିଲା ଏଲାଏନ୍ସ ଏୟାର ବିମାନ । କୋଭିଡ୍‌‌ 19 ପାଇଁ ବିମାନ ସେବା ବନ୍ଦ ଥିବାବେଳେ ଆଜିଠାରୁ ଏଲାଏନ୍ସ ଏୟାର ବିମାନ ପୁଣି ସେବା ଆରମ୍ଭ କରିଛି ।

ଝାରସୁଗୁଡାରୁ ଉଡିଲା ଏଲାଏନ୍ସ ଏୟାର

ପ୍ରଥମେ ସକାଳ 7ଟା 35ରେ ବିମାନଟି କୋଲକାତା ବିମାନ ବନ୍ଦରରୁ ବାହାରି ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଥିବାବେଳେ 8ଟା 10ରେ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିଛି ।

ପରେ ଭୁବନେଶ୍ବରରୁ 9 ଟା 45ରେ ବିମାନ ବାହାରି 10ଟା 50ରେ ଝାରସୁଗୁଡାରେ ପହଞ୍ଚିବ ବୋଲି ସୂଚନା ମିଳିଛି । ସେହିପରି ଝାରସୁଗୁଡାରୁ 11ଟା 30ରେ ବାହାରି ଦିନ 1ଟାରେ କୋଲକାତାରେ ବିମାନ ଅବତରଣ କରିବ ବୋଲି ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ୍ ଶତପଥୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିମାନଟି କୋଲକାତାରୁ 7 ଜଣ ଯାତ୍ରୀ ନେଇ ଝାରସୁଗୁଡାରେ ପହଞ୍ଚିଥିବାବେଳେ 23 ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ବରକୁ ଉଡାଣ ଭରିଥିଲା । ତେବେ ପ୍ରଥମେ ମେ 25 ତାରିଖରୁ ଏଲାଏନ୍ସ ଏୟାର ବିମାନ ତାର ସେବା ଯୋଗାଇବାକୁ ଥିବାବେଳେ କୌଣସି କାରଣରୁ ତାହା ବାତିଲ ହୋଇଥିଲା ।

ସୂଚନାଥାଉକି, ଝାରସୁଗୁଡା ବିମାନ ବନ୍ଦରରୁ ଗତ 25 ତାରିଖରୁ ସ୍ପାଇସ ଜେଟ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.