ETV Bharat / state

ଅଦ୍ଵିକା କପ୍ କ୍ରୀଡ଼ା ମାଧ୍ୟମରେ କିଶୋରୀ ସଶକ୍ତିକରଣ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Oct 12, 2023, 10:13 AM IST

କନ୍ୟା ଦିବସ ଅବସରରେ ଝାରସୁଗୁଡାରେ ଅଦ୍ଵିକା କପ୍ କ୍ରୀଡ଼ା ମାଧ୍ୟମରେ କିଶୋରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଅଦ୍ଵିକା କପ୍ କ୍ରୀଡ଼ା ମାଧ୍ୟମରେ କିଶୋରୀ ସଶକ୍ତିକରଣ କାର୍ଯ୍ୟକ୍ରମ
Advika cup 2023

ଝାରସୁଗୁଡା: କ୍ରୀଡା ମାଧ୍ୟମରେ ନେତୃତ୍ବର ବିକାଶ ଓ କିଶୋରୀ ସଶକ୍ତିକରଣର ଲକ୍ଷ୍ୟରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ, ଆକ୍ସନଆଡ଼ ଏବଂ ୟୁନିସେଫ ଆନୁକୂଲ୍ୟରେ ଅଦ୍ବିକା କପ୍‌ ଅନୁଷ୍ଠିତ ହୋଇଛି । କ୍ରୀଡ଼ା ମାଧ୍ୟମରେ କିଶୋରୀମାନଙ୍କୁ ସଶକ୍ତିକରଣ କରିବା ପାଇଁ ସ୍ଥାନୀୟ ଓଏସ୍‌ଏପି ପଡ଼ିଆରେ ଅଦ୍ଵିକା କପ୍ ଅନୁଷ୍ଠିତ ହୋଇଯାଇଛି । ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳର କିଶୋରୀ ମାନଙ୍କୁ ନେଇ ଏକ ଅଣ ପାରମ୍ପରିକ କ୍ରୀଡ଼ାର ଆୟୋଜନ କରାଯାଇଥିଲା ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବାଲ୍ୟ ବିବାହକୁ ବିରୋଧ କରିବା ନେଇ ବାର୍ତ୍ତା ଦିଆଯାଇଥିଲା ।

ଅଦ୍ଵିକା କପ୍ କ୍ରୀଡ଼ା ମାଧ୍ୟମରେ କିଶୋରୀ ସଶକ୍ତିକରଣ କାର୍ଯ୍ୟକ୍ରମ
ଅଦ୍ଵିକା କପ୍ କ୍ରୀଡ଼ା ମାଧ୍ୟମରେ କିଶୋରୀ ସଶକ୍ତିକରଣ କାର୍ଯ୍ୟକ୍ରମ

ଏହା ବି ପଢନ୍ତୁ...ଏସିଆଡ ପଦକ ବିଜେତା ହକି ତାରକା ଅମିତ ଓ ଦୀପଗ୍ରେସଙ୍କୁ ଅର୍ଥ ପୁରସ୍କାର ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ନିୟମିତ ପ୍ରୟାସ ଜାରି ରଖିଲେ ପ୍ରତ୍ୟେକ କିଶୋରୀ ଭବିଷ୍ୟତରେ ନିଜ ସର୍ବୋତ୍ତମ ବିକାଶ ସହିତ ଏକ ଉତ୍ତମ ନାଗରିକ ହୋଇ ପାରିବାର ଉଦବୋଧନ ମାଧ୍ୟମରେ ବାର୍ତ୍ତା ଦେଇଥିଲେ ଜିଲ୍ଲାପାଳ । ସମ୍ମାନିତ ଅତିଥି ଭାବରେ ଆକ୍ସନଆଡ଼ର ସହକାରୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର ଯୋଗ ଦେଇ ନେତୃତ୍ବର ବିକାଶ ଦିଗରେ ଜିଲ୍ଲାର ପ୍ରତ୍ୟେକ କିଶୋରୀ ଏହିପରି ଅଣଆନୁଷ୍ଠାନିକ କ୍ରୀଡ଼ାରେ ଅଂଶଗ୍ରହଣ କରନ୍ତୁ । କ୍ରୀଡ଼ା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦନ କରନ୍ତୁ ବୋଲି ନିଜ ବାର୍ତ୍ତାରେ ପ୍ରକାଶ କରିଥିଲେ । ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଜୟୀ ବାଳିକା ଦଳକୁ ପୁରସ୍କୃତ କରାଯାଇଥିଲ ।

ଏହା ବି ପଢନ୍ତୁ...ଭାରତୀୟ ସିପକଟାକ୍ରୋ ଦଳରେ ଚାନ୍ଦବାଲିର 3 ମହିଳା ଖେଳାଳି

କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଶାଖାର ସୁରକ୍ଷା ଅଧିକାରୀ ବୃନ୍ଦାବତୀ ପଣ୍ଡା ଓ ଆକ୍ସନଆଡ଼ର ଜିଲ୍ଲା ସଂଯୋଜକ ପୀତବାସ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ଆଥଲେଟିକ ଆସୋସିଏସନ, ଜିଲ୍ଲା ହକି ଆସୋସିଏସନ, ସ୍ଥାନୀୟ ମହିଳା ଅନୁଷ୍ଠାନ ଏଇ ତ ଜୀବନର ସ୍ଵେଚ୍ଛାସେବୀ ଓ କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ସୁଶୀଲ କୁମାର ମିଶ୍ର, ଓଡିଶା କ୍ରୀଡା ଆସୋସିଏସନର ଉପ ସଭାପତି ତାପସ କୁମାର ରାୟ ଚୌଧୁରୀ, ରାଜ୍ୟ ହକି ଆସୋସିଏସନର ଉପ ସଭାପତି ଜୀବନ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଜିଲ୍ଲା କ୍ରୀଡା ଆସୋସିଏସନର ସଦସ୍ୟ ବିଜୟ କୁମାର ବେହେରା, ଗଣେଶ ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.