ETV Bharat / state

ଝାରସୁଗୁଡ଼ା ଗସ୍ତରେ 5T ସଚିବ, କଡ଼ା ସୁରକ୍ଷାରେ ରାମଚଣ୍ଡୀ ମନ୍ଦିର କଲେ ପରିଦର୍ଶନ

author img

By

Published : Aug 20, 2023, 3:29 PM IST

ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ । ପୁରୀ ସତ୍ୟବାଦୀରେ କାଳିମାଡ଼ ଘଟଣା ପରେ ଝାରସୁଗୁଡ଼ାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଧିକ ପଢନ୍ତୁ

ଝାରସୁଗୁଡ଼ା ଗସ୍ତରେ 5T ସଚିବ
ଝାରସୁଗୁଡ଼ା ଗସ୍ତରେ 5T ସଚିବ
ଝାରସୁଗୁଡ଼ା ଗସ୍ତରେ 5T ସଚିବ

ଝାରସୁଗୁଡ଼ା: ପୁରୀ ପରେ ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ । ଏନେଇ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ଯେଉଁଠାରେ ସଭା କରାଯିବ ଓ ଯେଉଁଠାରେ ହେଲିକପ୍ଟର ଓହ୍ଲାଇବ ସେହି ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ସଭା ସ୍ଥଳ ଓ ହେଲିକପ୍ଚର ଓହ୍ଲାଇବାକୁ ଥିବା ସ୍ଥାନକୁ ଯାଇ ଝାରସୁଗୁଡ଼ା ଏସ୍‌ପି ନିଜେ ତଦାରଖ କରିଛନ୍ତି ।

ଆଜି ସକାଳ ୧୦ଟା ସମୟରେ ବ୍ରଜରାଜନଗର ବିଜୁ ପଟ୍ଟନାୟକ ଛକଠାରେ ପହଞ୍ଚିଥିଲେ 5T ସଚିବ । ସେଠାରେ ସେ ରାମଚଣ୍ଡୀ ମନ୍ଦିରରେ ମାଁଙ୍କ ଦର୍ଶନ କରିଛନ୍ତି । ମା' ରାମଚଣ୍ଡୀଙ୍କ ଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ଏହାସହ ଏହି ମନ୍ଦିରର ପୌରାଣିକ ଇତିହାସ ବିଷୟରେ ପଚାରି ବୁଝିଛନ୍ତି । ଏହାସହ ମନ୍ଦିର କମିଟି ସହିତ ଆଲୋଚନା କରି ମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣ ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ବି ପଢନ୍ତୁ...Ink Attack Politics: କାଳିମାଡ ପାଇଁ ବିଜେପିକୁ ଦାୟୀ କଲା ବିଜେଡି

ଏହାପରେ ବ୍ରଜରାଜନଗରରୁ ବାହାରି ଲଖନପୁର ବ୍ଲକର ବିଜାପାଲି ପଡ଼ିଆଠାରେ ଏକ ଜନଶୁଣାଣୀରେ ଯୋଗ ଦେବା ସହିତ ମିଶନ ଶକ୍ତି ମହିଳାମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ଏହାପରେ ଲଇକେରା ଓ ପରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଶେଷରେ ଝାରସୁଗୁଡ଼ା ପୋୖରାଞ୍ଚଳ ଅମଲିପାଲିଠାରେ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କ ସହିତ ଆଲୋଚନା କରିବେ 5T ସଚିବ ଭି.କେ.ପାଣ୍ଡିଆନ । କାର୍ଯ୍ୟକ୍ରମ ଶେଷ ହେବା ପରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଶନିବାର ପୁରୀ ଗସ୍ତରେ ଥିବାବେଳେ 5T ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଥିଲା । ଏପରିକି ପୁରୀ ଜିଲ୍ଲପାଳ ସମର୍ଥ ବର୍ମାଙ୍କ ମୁହଁରେ ମଧ୍ୟ କାଳି ପଡିଥିଲା। ସତ୍ୟବାଦୀରେ ସଭା କରିବାକୁ ଯିବା ପୂର୍ବରୁ ହିଁ କାଳିମାଡ଼ ହୋଇଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ମହିଳା ସମର୍ଥକମାନେ ନିଜ ପିନ୍ଧା ଲୁଗା କାନିରେ ସଚିବଙ୍କୁ ମୁହଁରୁ କାଳି ପୋଛିଥିଲେ। ଯାହାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ କାଳିମାଡ଼କୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ତେବେ ପୁରୀରେ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.