ETV Bharat / state

ଭାଙ୍ଗିଲା ‘ପରମ୍ପରା ପାଚେରୀ’; ବାପାଙ୍କୁ କାନ୍ଧ ଦେଲେ 4 ଝିଅ

author img

By

Published : Dec 1, 2020, 9:19 PM IST

ବାପାଙ୍କୁ କାନ୍ଧଦେଲେ ଚାରି ଝିଅ । ବୃଦ୍ଧ ବାପାଙ୍କ ମୃତ୍ୟୁ ପରେ କେହି ପୁତ୍ର ନଥିବାରୁ ମୃତଦେହକୁ ଚାରି ଝିଅ କାନ୍ଧ ଦେଇଛନ୍ତି । ଏଭଳି ହୃଦୟସ୍ପର୍ଶୀ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକସ୍ଥିତ କେନ୍ଦୁଡିହି ଗ୍ରାମରେ । ଅଧିକ ପଢନ୍ତୁ...

ହୃଦୟସ୍ପର୍ଶୀ ଘଟଣା ବାପାଙ୍କୁ କାନ୍ଧ ଦେଲେ 4 ଝିଅ

ଝାରସୁଗୁଡା: ବାପାଙ୍କୁ କାନ୍ଧ ଦେଲେ 4 ଝିଅ । ଲଇକେରା ବ୍ଳକସ୍ଥିତ କେନ୍ଦୁଡିହି ଗ୍ରାମରେ ଏହି ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ମୃତ ବାପାଙ୍କ ମରଶରୀରକୁ କାନ୍ଧ ଦେଇଛନ୍ତି ୪ ଝିଅ । ସମାଜର ସମସ୍ତ ପରମ୍ପରା ଖାତିର ନ କରି ଚାରି କନ୍ଧରେ ବାପାଙ୍କୁ ଶ୍ମଶାନ ନେଇଛନ୍ତି ଚାରି ଝିଅ ।

ସୂଚନା ଅନୁଯାୟୀ ମଙ୍ଗଳବାର କେନ୍ଦୁଡ଼ିହି ଗ୍ରାମର ୯୧ ବର୍ଷ ବୟସ୍କ ଲକ୍ଷ୍ମଣ କିଶାନଙ୍କ ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କର କେହି ପୁତ୍ର ସନ୍ତାନ ନଥିବାରୁ ସମାଜର ସମସ୍ତ କଟକଣାକୁ ଖାତିର ନକରି ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ ନେଇଥିଲେ ୪ ଝିଅ । ଘରୁ ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ କିଛି ବାଟ ଯିବା ଦେଖିବା ପରେ ପାଖରେ ଉପସ୍ଥିତ ଥିବା ବନ୍ଧୁ ବାନ୍ଧବ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ । ଲକ୍ଷ୍ମଣ କିଶାନଙ୍କ ୯୧ ବର୍ଷରେ ଦେହାନ୍ତ ହୋଇଥିଲା । ବାପାଙ୍କ ମର ଶରୀରକୁ ୪ ଭଉଣୀ ନିଜ କାନ୍ଧରେ ବୋହି ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି ।

ସେପଟେ ଏହା ବାସ୍ତବରେ ନାରୀ ସଶକ୍ତିକରଣର ଏକ ଉଦାହରଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ୪ ଝିଅ ହେଲେ ସୁରୁଜ ବୁଦୁଲା, ଯଶୋବନ୍ତ କିଶାନ, ରଜନୀ ପ୍ରଧାନ ଓ ସବିତା ମାଝି । କୋଭିଡ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି କାର୍ଯ୍ୟ ଲକ୍ଷ୍ମଣଙ୍କ ନାତି ଆକାଶ ମାଝୀ ମୁଖାଗ୍ନି ଦେଇଥିଲେ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.