ଝାରସୁଗୁଡ଼ା: ଜିଲ୍ଲାରେ ୩୧ କୋରୋନା ପଜେଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରୁ 29ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବାବେଳେ 2 ଜଣ ପୌର କର୍ମଚାରୀ ରହିଛନ୍ତି । ବ୍ରଜରାଜନଗର ଅଞ୍ଚଳର ରତାଖଣ୍ଡିରୁ ଚାରି ଜଣ, ମହାବୀରନଗରରୁ ଚାରି ଜଣ, ଲମଟିବାହାଲରୁ ଜଣେ, ନୂଆଁପଡ଼ା ଲମଟିବାହାଲରୁ ଜଣେ, ଗାୟତ୍ରୀ ନଗରରୁ ଜଣେ, ହିଲଟପ କଲୋନିରୁ ଜଣେ, ବାହାଦୂର ପଡ଼ାରୁ ଜଣେ, ଦୁର୍ଗାନଗରରୁ ଜଣେ, ପୁରୁଣା ଚୁନାଭଟାରୁ ଜଣେ ଚିହ୍ନଟ ହୋଇଛନ୍ତି ।
ସେହିପରି ମଣ୍ଡଳିଆରୁ ଦୁଇ ଜଣ, ଶାସ୍ତ୍ରୀନଗର ତେଲେନପାଲିରୁ ଜଣେ, ଅଭୟପୁରରୁ ଜଣେ, ଆଇବିପିଆଇଟିରୁ 2 ଜଣ, ଚୁହାକାନିରୁ ଜଣେ ପଜେଟିଭ ବାହାରିଥିବାବେଳେ ଲଇକେରା ବ୍ଲକ ପାକେଲପଡ଼ାରୁ ଜଣେ, କିର୍ମିରା ବ୍ଲକ ଅନ୍ତର୍ଗତ ଗଉଡ଼ପାନପାଲିରୁ ଦୁଇ ଜଣ, କୋଲାବିରା ବଡବାହାଲରୁ ଜଣେ , ଯୋଗିଆଡ଼ିହିରୁ ଜଣେ କୋଭିଡ ପଜେଟିଭ ରହିଛନ୍ତି । ଝାରସୁଗୁଡ଼ା ପୁରୁଣାବସ୍ତିରୁ ଜଣେ, ତାଳପାଟିଆରୁ ଜଣେ, ଜମେରାରୁ ଜଣେ ଓ ଲଇକେରା ବ୍ଲକ ପାକେଲପଡ଼ା ଟିଏମସି କେନ୍ଦ୍ରରୁ ଜଣେ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ମିଶନ ଆଶ୍ରାରୁ ଜଣେ ମାନସିକ ରୋଗରେ ପୀଡିତ ଥିବା ମହିଳାଙ୍କ କୋଭିଡ ରିପୋର୍ଟ ମଧ୍ୟ ପଜେଟିଭ ରହିଛି ।
ଦୁଇ ଜଣ କରୋନା ଯୋଦ୍ଧା ସଂକ୍ରମିତ ହେବା ପରେ ପ୍ରଶାସନର ବର୍ତ୍ତମାନ ଚିନ୍ତା ବଢିଯାଇଛି । କୋଭିଡ ପରିଚାଳନା ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ, ବିଭାଗୀୟ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ମଧ୍ୟ ନିଜର ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ମୁନିସିପାଲିଟିର 2ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଝାରସୁଗୁଡ଼ା ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ