ଝାରସୁଗୁଡା : ଝାରସୁଗୁଡା ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି । ଗତ ସଂଧ୍ୟାରେ ବେହେରାମାଲ ଛକ ଠାରେ ପୋଲିସ ଯାନବାହାନ ଯାଞ୍ଚ କରୁଥିବା ସମୟରେ ଗୋଟିଏ ବୋଲେରୋ ଗାଡ଼ିକୁ ସନ୍ଦେହରେ ଧରିଥିଲା । ସେଥିରେ ଭର୍ତ୍ତି ଥିବା 12 ଶହ ବୋତଲ କଫ ସିରଫ ଜବତ କରି ଘଟଣାରେ ସାମିଲ 5 ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
![12 ଶହ ବୋତଲ କଫ ସିରଫ ଜବତ, ଘଟଣାରେ 5 ଗିରଫ](https://etvbharatimages.akamaized.net/etvbharat/prod-images/od-jsg-cough-syrup_27032021160934_2703f_1616841574_698.jpg)
ଝାରସୁଗୁଡାରେ କଫ ସିରପ କାରବାରକୁ ନେଇ ପୂର୍ବରୁ ଅନେକ ଥର ଚଢ଼ାଉ କରାଯାଇଥିଲା । ଗିରଫ 5 ଜଣଙ୍କ ମଧ୍ୟରେ ଶେଖ ଅମଜାଦ, ଅଙ୍କୁସ ଭଗତ, ଅମିତ ସାହୁ, ମହମ୍ମଦ ଗୁଲାମ ଅସରଫ, ଭରତ ସିଂ ଯାଦବ ଆଦି ସାମିଲ ।
ଆଜି ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ଅବସରରେ ଗିରଫ ଅଭିଯୁକ୍ତମାନେ ପୂର୍ବରୁ ଗଞ୍ଜେଇ କାରବାରରେ ଲିପ୍ତ ଥିଲେ ବୋଲି କହିଥିଲେ । ଅନ୍ୟ ଜିଲ୍ଳାରୁ ଝାରସୁଗୁଡାକୁ ଏହି କଫ ସିରପ ଚାଲାଣ ହେଉଥିବାବେଳେ ଖୁବଶୀଘ୍ର କିଙ୍ଗପିନ ଧରାପଡିବ ବୋଲି କହିଛନ୍ତି ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ