ଝାରସୁଗୁଡା: ଜିଲ୍ଲାର ବେଲପାହାଡ଼ ଥାନା ଅଧିନସ୍ଥ ଗୁମାଡେରା ଏକ୍ସିସ ବ୍ୟାଙ୍କରୁ ଲୁଟ୍। ବନ୍ଧୁକ ମୁନରେ ଦଶ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଲୁଟ୍ରେ 6ରୁ ଅଧିକ ଡକାୟତ ସମ୍ପୃକ୍ତ ଥିବା ଖବର ମିଳିଛି।
ବ୍ୟାଙ୍କ ଲୁଟ ପାଇଁ ଏହି ଡକାୟତ ଏକ ନମ୍ବର ବିହୀନ ଗାଡିରେ ଆସିଥିଲେ । ଏହା ପରେ ଏକ୍ସିସ ବ୍ୟାଙ୍କର କ୍ୟାସ କାଉଣ୍ଟରରୁ ଟଙ୍କା ଲୁଟିବା ସହ ବ୍ୟାଙ୍କରେ ଥିବା ଲୋକଙ୍କ ଠାରୁ ମଧ୍ୟ ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ । ଲୁଟ ବେଳେ ସେମାନେ ମୁହଁରେ କଳା କପଡା ବାନ୍ଧିଥଲେ।
ଖବର ପାଇ ଝାରସୁଗୁଡ଼ା ଏସପି ଅଶ୍ବିନୀ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ