ଯାଜପୁର: ବୁଢାନଦୀର ମହାବୀର ମଠ ଛନ୍ଦା ଘାଟରେ ଅଘଟଣ। ଗାଧେଇବାକୁ ଯାଇ ନଦୀରେ ବୁଡି ଗଲେ ଯୁବକ। ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ମୃତ ଯୁବକ ହେଲେ ଯାହାନପୁର ପଞ୍ଚାତ ଶଙ୍ଖନାଳି ଗ୍ରାମର ରାଜେଶ ମିଶ୍ର। ରାଜେଶ ନଦୀ ସେପଟରୁ ଭୋଜି ଖାଇ ଆସି ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ l ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକେ ଖୋଜା ଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟଚିକିତ୍ସାଳୟକ ପଠାଯାଇଛି l
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ସଦର ଥାନା ଅଞ୍ଚଳରେ ରହିଛି ବୁଢାନଦୀ। ଏଠାରେ ଥିବା ମହାବୀର ମଠ ଛନ୍ଦା ଘାଟକୁ ଆଜି ଶଙ୍ଖନାଳି ଗ୍ରାମର ରାଜେଶ ମିଶ୍ର ଗତକାଲି ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ନଦୀ ଜଳରେ ନିଖୋଜ ହୋଇଯାଇଥିଲେ ମୃତ ଯୁବକ। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି କରିବା ପରେ ରାଜେଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଏହା ମଧ୍ୟ ପଢନ୍ତୁ-ନଦୀରେ ଗାଧୋଇବା ବେଳେ ବୁଡିଗଲେ ୨ ଯୁବକ
ସ୍ଥାନୀୟ ଅଞ୍ଚଳରେ ନଦୀରୁ ବାଲି ଚାଲାଣ ହେଉଥିବାରୁ ଏହି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ ରାଜେଶଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେଇଛି । ମୃତକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇ ନାହିଁ। ପୋଲିସ ମଧ୍ୟ ପ୍ରତିକ୍ରିୟା ରଖିନାହିଁ।
ଏହା ମଧ୍ୟ ପଢନ୍ତୁ-ରେଲୱେ ସର୍ଭେ କରିବାକୁ ଯାଇଥିଲେ, ନଦୀରେ ବୁଡି ଇଞ୍ଜିନିୟରଙ୍କ ମୃତ୍ୟୁ
ଗତ ମେ 28 ତାରିଖରେ ନବରଙ୍ଗପୁରରେ ନଦୀକୁ ଗାଧେଇବାକୁ ଯାଇ ବୁଡିଯାଇଥିଲେ ଜଣେ ଇଞ୍ଜିନିୟର । ଇନ୍ଦ୍ରାବତୀ ନଦୀରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିଲା । ରେଲୱେ ସର୍ଭେ କରିବାକୁ ଆସିଥିବା କର୍ମଚାରୀମାନେ ଗାଧୋଇବା ପାଇଁ ଇନ୍ଦ୍ରାବତୀ ନଦୀକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ମଧ୍ୟରୁ ଜଣେ ହଠାତ ଗଭୀର ପାଣି ଭିତରକୁ ପଶି ଯାଇଥିଲେ । ପାଣିରେ ବୁଡିଯିବା ଦେଖି ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଇଞ୍ଜିନିୟର ଜଣକ ଦୁର୍ଗେସ ବ୍ରହ୍ମା । ତାଙ୍କ ଘର ଉତ୍ତରପ୍ରଦେଶ। ସେ କୋରାପୁଟ ଜିଲ୍ଲା ଜୟପୁର ସହରର ନିଳାଚଳ ନଗରରେ ବାସ କରୁଥିଲେ । ନବରଙ୍ଗପୁରରେ ରେଲୱେ ସର୍ଭେ ନିମନ୍ତେ ଆସିଥିବା ବେଳେ ଏଭଳି ଘଟଣା ଘଟିଥିଲା ।
ଇଟିଭି ଭାରତ, ଯାଜପୁର